ପ୍ରଧାନମନ୍ତ୍ରୀଙ୍କୁ ସାଂସଦ ପ୍ରତାପ ଷଡଙ୍ଗୀ ଭେଟିବା ନେଇ ଚର୍ଚା ଜୋରଧରିଲା
ନୂଆଦିଲ୍ଲୀ: କିଛି ଦିନର ନିରବତା ପରେ ପୁଣି ନନାଙ୍କୁ ନେଇ ରାଜନୀତି ଗଳିକନ୍ଦିରେ ଚର୍ଚା ଜୋର ଧରିଛି । ପିଏମରୁ ଡକରା ଆସିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା ପାଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ମୋଦିଙ୍କ ସହ ଆଲୋଚନା କରିବା ନେଇ ନାନା କଥା ଶୁଣିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ପରେ ଏବେ ନନାଙ୍କ ଭାଗ୍ୟ ପୁଣି ବଦଳିବାର ସଂଭାବନା ସୃଷ୍ଟି ହୋଇଛି । ଆଲୋଚନା ସାରି ପ୍ରତାପ ଷଡ଼ଙ୍ଗୀ ବାହାରକୁ ଆସିବାପରେ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ପ୍ରତିକ୍ରିୟାରେ କହିଛନ୍ତି । ତେବେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପାଖରୁ ଡାକରା ଆସିବା ପରେ ବିଭିନ୍ନ ମହଲରେ ଏବେ ଭିନ୍ନ ଭିନ୍ନ ଚର୍ଚ୍ଚା ଜୋର ଧରିଛି ।