ରାଜସ୍ଥାନରେ ମିଳିବ ଆସନ୍ତାବର୍ଷଠୁ ମିଳିବ ୫ଶହ ଟଙ୍କାରେ ଗ୍ୟାସ
ଜୟପୁର: ଦେଶରେ ଦିନକୁ ଦିନ ଦରବୃଦ୍ଧିକୁ ନେଇ ଜନସାଧାରଣ ଅତିଷ୍ଟ ହୋଇପଡିଥିବା ବେଳେ ଏବେ ରାଜସ୍ଥାନ କଂଗ୍ରେସ ସରକାର ଗ୍ୟାସ ଦର କମାଇବାକୁ ଘୋଷଣା କରିଛନ୍ତି । ଅଲୱାରରେ ଏକ ସଭାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଘୋଷଣା କରିଛନ୍ତି। ଏବେ ରାଜସ୍ଥାନରେ ମାତ୍ର ୫୦୦ ଟଙ୍କାରେ ମିଳିବ ସିଲିଣ୍ଡର ଗ୍ୟାସ୍। ୫ଶହ ଟଙ୍କା ଲେଖାଏଁ ବର୍ଷକରେ ୧୨ଟି ଗ୍ୟାସ ସିଲିଣ୍ଡର ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଲୋକଙ୍କୁ ମାତ୍ର ୫ଶହ ଟଙ୍କାରେ ଗ୍ୟାସ ସିଲିଣ୍ଡର ଦେବାକୁ ରାଜସ୍ଥାନ ସରକାର ଘୋଷଣା କରିଛନ୍ତି। ତେବେ କେବଳ ବିପିଏଲ ପରିବାରକୁ ୫ଶହ ଟଙ୍କାରେ ମିଳିବ ରୋଷେଇ ଗ୍ୟାସ ସିଲିଣ୍ଡର।