ତେଲେଙ୍ଗାନା କଂଗ୍ରେସରେ ସଙ୍କଟ, କଂଗ୍ରେସ କମିଟିରୁ ଦେଲେ ଇସ୍ତଫା
ହାଇଦ୍ରାବାଦ: ତେଲେଙ୍ଗାନା କଂଗ୍ରେସରେ ବଡ଼ ଧରଣର ସୃଷ୍ଟିହୋଇଛି ସଙ୍କଟ। ଜୋର ଧରିଛି ଗୋଷ୍ଠୀ କନ୍ଦଳ। ରାଜ୍ୟ କଂଗ୍ରେସ କମିଟିରୁ ୧୨ ଜଣ ସଦସ୍ୟ ଇସ୍ତଫା ଦେଇଛନ୍ତି। ନିକଟରେ ରାଜ୍ୟ କଂଗ୍ରେସ କମିଟିର ପୁନର୍ଗଠନ ହୋଇଥିବା ବେଳେ ବାହାର ଦଳର ନେତାଙ୍କୁ ଅଗ୍ରାଧିକାର ଦିଆଯାଉଥିବା ଅଭିଯୋଗ କରି ଏହି ବିଧାୟକମାନେ ଦଳରୁ ଇସ୍ତଫା ଦେଇଥିବା କୁହାଯାଉଛି । ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ ଟିଡିପି ଦଳରୁ ନେତାଙ୍କୁ ଆମଦାନୀ କରି କମିଟିରେ ପ୍ରମୁଖ ପଦପଦବୀ ଦିଆଯାଇଥିବାରୁ ସେମାେନ ଏହାର ବିରୋଧ କରି ଏପରି କରିଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ବିରୋଧରେ ଏକ ଶକ୍ତ ଲଢ଼େଇ ଆବଶ୍ୟକ ବୋଲି ସେମାନେ ଚାହୁଁଥିବା ବେଳେ କଂଗ୍ରେସ ଲଢ଼େଇ ପାଇଁ ଚାହୁଁନଥିବା ସେମାନେ ଅଭିଯୋଗ କରିଛନ୍ତି।