ତିନି ମିନିଟରେ ୫କୋଟି ନେଲେ ସମନ୍ଥା

Trending

ସୂଚନା ଅନୁସାରେ , ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ରିଲିଜ ହୋଇଥିବା ଫିଲ୍ମ ‘ପୁଷ୍ପା’ ଏବେବି ବକ୍ସ ଅଫିସରେ ଧମାଲ କରୁଛି। ଏହି ଫିଲ୍ମକୁ ଦର୍ଶକ ଏବଂ କ୍ରିଟିକ୍ସଙ୍କ ଭଲ ରେସ୍ପନ୍ସ ମିଳିଛି। ଏହି ଫିଲ୍ମରେ ଥିବା ଅଭିନେତ୍ରୀ ସମନ୍ଥାଙ୍କ ଆଇଟମ ଗୀତ ଏବେ ଚର୍ଚ୍ଚାରେ। ଦର୍ଶକଙ୍କୁ ଏହି ଗୀତ ବେଶ୍ ପସନ୍ଦ ଆସୁଛି। ଏହି ଗୀତରେ ସମନ୍ଥା ଜବରଦସ୍ତ ଡ୍ୟାନ୍ସ ମଧ୍ୟ କରିଛନ୍ତି। ଏହା ତାଙ୍କର ପ୍ରଥମ ଆଇଟମ୍ ଗୀତ। କେବଳ ୩ ମିନିଟ୍ର ଗୀତ ପାଇଁ ସେ ନେଇଛନ୍ତି ୫ କୋଟି ଟଙ୍କା। ସମନ୍ଥାଙ୍କ ଆଇଟମ୍ ଗୀତ ‘ଓ ଅନ୍ତାୱା’ କେବଳ ଫ୍ୟାନ୍ମାନଙ୍କ ମଧ୍ୟରେ ନୁହେଁ ସେଲେବ୍ରିଟିଙ୍କ ମଧ୍ୟରେ ବି ବେଶ୍ ପପୁଲାର ହୋଇଛି।Prev Post
Next Post