ଗୁଜରାଟରେ ଆପ୍‌ ପାଇଁ କଂଗ୍ରେସ କମ ଆସନ ପାଇଲା: ରାହୁଲ ଗାନ୍ଧି

ଜୟପୁର: ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ଆପକୁ ଦାୟୀ କରିଛନ୍ତି ରାହୁଲ ଗାନ୍ଧି । ସେ କହିଛନ୍ତି ଗୁଜରାଟରେ କଂଗ୍ରେସ ଭୋଟକୁ ଆପ କାଟିଲା । ଯାହା ଫଳରେ କଂଗ୍ରେସର ଭୋଟ କମିଲା । ଆସନ ବି କମିଲା । କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପାଇଁ ​​ଆମ୍ ଆଦମୀ ପାର୍ଟି ଏକ ବଡ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି ରାହୁଲ। ଯଦି ଗୁଜରାଟରେ ଆପ ନଥାନ୍ତା ତେବେ ବିଜେପିକୁ ପରାସ୍ତ କରିବାରେ ସଫଳ ହୋଇଥାନ୍ତା କଂଗ୍ରେସ। ସେ କହିଛନ୍ତି ଯେ, ଗୁଜରାଟରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦଳ ହେଉଛି ବିଜେପିର ବି ଟିମ୍‌। କଂଗ୍ରେସକୁ ମୁକାବିଲା ପାଇଁ ଉଭୟ ଆପ୍‌ ଏବଂ ବିଜେପି ମଧ୍ୟରେ ଚୁକ୍ତି ହୋଇଛି।