ଆଜିଠୁ ଫେରିବ ଶୀତ

ଆଜିଠୁ ରାଜ୍ୟରେ ବଢ଼ିପାରେ ଶୀତ  । ଆସନ୍ତା ୩ ଦିନ ଯାଏ ରାତି ତାପମାତ୍ରା ଧୀରେ ଧୀରେ ଖସିବ । ୩ରୁ ୪ ଡିଗ୍ରୀ ଯାଏ ପାରଦ ଖସିବା ସହ ଅଧିକ ଶୀତ ଅନୁଭୂତ ହୋଇପାରେ । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି ରାଜ୍ୟରେ ଅଧିକ କୁହୁଡ଼ି ଦେଖାଯିବନି । କିନ୍ତୁ ରାତି ତାପମାତ୍ରା କମ୍ରଶଃ ଖସିବ ।