ଭାରତ ପାଳନ କରୁଛି ବିଜୟ ଦିବସ, ଯୁଦ୍ଧ ସ୍ମାରକୀରେ ପ୍ରତିରକ୍ଷା ମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ୧୯୭୧ରେ ଭାରତୀୟ ସେନା ଆଗରେ ପାକିସ୍ତାନ ସେନା ଆତ୍ମସମର୍ପଣ କରିଥିଲା । ‘ବାଂଲାଦେଶ ମୁକ୍ତି ଯୁଦ୍ଧ’ରେ ପାକିସ୍ତାନ ଉପରେ ବିଜୟ ହାସଲ କରିଥିବା ଭାରତ । ଆଜି ୫୧ତମ ‘ବିଜୟ ଦିବସ’ ପାଳନ କରୁଛି ଭାରତ ।

ଏହି ଅବସରରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ‘ଜାତୀୟ ଯୁଦ୍ଧ ସ୍ମାରକୀ’ରେ ପୁଷ୍ପମାଲ୍ୟ ପ୍ରଦାନ ଉତ୍ସବରେ ଯୋଗ ଦେଇ ସହିଦ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଗତକାଲି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସେନା ମୁଖ୍ୟ ଜେନେରାଲ୍‌ ମନୋଜ ପାଣ୍ଡେ ଆର୍ମି ହାଉସ୍‌ରେ ‘ଆଟ୍‌ ହୋମ୍‌’ ରିସେପ୍‌ସନ୍‌ରେ ଯୋଗ ଦେଇଥ‌ିଲେ।