ଲବଙ୍ଗ ଚା’

ଶୀତଦିନେ ଥଣ୍ଡା, ସର୍ଦି ହେବା ଏକ ସାଧାରଣ ସମସ୍ୟା। ସେଥିରୁ ଉପଶମ ପାଇବାକୁ କେତେଜଣ ଅଦା ଚା’ ପିଅନ୍ତି। ଚା’ରେ ଅଦାରସ ସହ ଲବଙ୍ଗକୁ ଗୁଣ୍ଡ କରି ମିଶାଇ ପିଅନ୍ତୁ। ଚା’ ସ୍ବାଦ ବେଶ୍ କଡ଼ା ଲାଗିବା ସହ ଥଣ୍ଡାଜନିତ ରୋଗରୁ ମଧ୍ୟ ଶରୀରକୁ ରକ୍ଷା କରେ।
ପାଣିପାଗ ପରିବର୍ତ୍ତନ କାରଣରୁ ଏଇ ଦିନେ କେତେଜଣଙ୍କର ବାରମ୍ବାର କାଶ ହୁଏ। ସେଥିରୁ ରକ୍ଷା ପାଇବାକୁ ଚାହୁଁଥିଲେ ମହୁ ୧ ଚାମଚରେ ଲବଙ୍ଗ ଗୁଣ୍ଡ ଚିମୁଟାଏ ମିଶାଇ ଖାଇଲେ ଆରାମ ଲାଗିବ।
କେତେଜଣଙ୍କର ଏହି ଋତୁରେ ଦାନ୍ତ ବିନ୍ଧା ମଧ୍ୟ ବଢ଼ିଯାଏ। ଲବଙ୍ଗ ଚା’ ସକାଳ-ସଞ୍ଜରେ ଦୁଇଥର ପିଇଲେ ଯନ୍ତ୍ରଣା କମ୍ ହୁଏ।
ଶୀତରେ ଖାଦ୍ୟ ଭଲଭାବେ ହଜମ ହୁଏନି। ଲବଙ୍ଗ ଚା’ ପିଇଲେ ସେଇ ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ।