ସିମଲା : ସୁଖଓ୍ବିନ୍ଦର ସିଂ ସୁଖୁଙ୍କୁ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଚୟନ କରିଛନ୍ତି କଂଗ୍ରେସ ହାଇକମାଣ୍ଡ । ସେ ହେବେ ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ । ଶନିବାର ସଂଧ୍ୟାରେ ବସିବାକୁଥିବା କଂଗ୍ରେସ ବିଧାୟକ ଦଳର ବୈଠକରେ ତାଙ୍କ ନାମରେ ମୋହର ମରାଯିବ । ନିର୍ବାଚନ ଫଳାଫଳ ଘୋଷଣା ପରେ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ହିମାଚଳ ପ୍ରଦେଶରେ ରାଜନୀତି ସରଗରମ ରହିଛି । ଏହା ପରେ ସୁଖୁଙ୍କ ନାଁ ଆନୁଷ୍ଠାନିକ ଭାବେ ଘୋଷଣା ହେବ । କଂଗ୍ରେସ ନେତୃତ୍ବ ପ୍ରତିଭା ସିଂଙ୍କୁ ବୁଝାଇବା ପରେ ସେ ମୁଖ୍ୟମନ୍ତ୍ରୀ ଦୌଡ଼ରୁ ଓହରିଯାଇଥିବା ଜଣାଯାଇଛି । ତେବେ ପ୍ରତିଭା ସିଂଙ୍କ ସମର୍ଥକମାନେ ଏଥିରେ ଖୁସି ନାହାଁନ୍ତି । ଆଗାମୀ ଦିନରେ ଦଳରେ କନ୍ଦଳ ହେବ ବୋଲି କିଛି ସମର୍ଥକ ଖୋଲାଖୋଲି ଧମକ ଦେଇଛନ୍ତି । ସୁଖୁଙ୍କ ପଛରେ ସର୍ବାଧିକ ବିଧାୟକଙ୍କ ସମର୍ଥନ ଥିବା କୁହାଯାଉଛି । ତାଙ୍କ ନାମ ଘୋଷଣା ପରେ ତାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ଉତ୍ସବ ମନାଇଛନ୍ତି । ତେବେ ଏହି ଉତ୍ସବରୁ ପ୍ରତିଭା ସିଂଙ୍କ ସମର୍ଥକ ବିଧାୟକ ମାନେ ଦୂରେଇ ରହିଥିବା କୁହାଯାଉଛି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ