ଗୁଜରାଟର ୯୩ଟି ଆସନ ପାଇଁ ମତଦାନ ଆରମ୍ଭ
ଅହମଦାବାଦ: ସକାଳ ୮ଟା ରୁ ଗୁଜରାଟ ବିଧାନସଭା ନିମନ୍ତେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ରାଜ୍ୟର ଉତ୍ତର ଓ କେନ୍ଦ୍ରାଞ୍ଚଳ ଅନ୍ତର୍ଗତ ୧୪ଟି ଜିଲ୍ଲାରେ ଥିବା ୯୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ମତଦାନ ଆରମ୍ଭ ହୋଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ମତଦାନ କରିଛନ୍ତି । ଅହମଦାବା ଅନ୍ତର୍ଗତ ରାନିପସ୍ଥିତ ନିଶାନ ପବ୍ଲିକ୍ ସ୍କୁଲ୍ରେ କରାଯାଇଥିବା ବୁଥ୍ରେ ପ୍ରଧାନମନ୍ତ୍ରୀ ମୋଦୀ ଭୋଟ୍ ଦେଇଛନ୍ତି ।