ସାରିଦେଲେ ଅଧାରୁ ବିଧାନସଭାର ଶୀତକାଳୀନ ଅଧିବେଶନ
ଅଧାରେ ସରିଲା ବିଧାନସଭାର ଶୀତକାଳୀନ ଅଧିବେଶନ ମାତ୍ର ୮ ଦିନ ଚାଲିପାରିଲା ଗୃହକାର୍ଯ୍ୟ । ଶୀତକାଳିନ ଅଧିବେଶନ ବନ୍ଦ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ପ୍ରସ୍ତାବକୁ ସମର୍ଥନ ଦେଇଥିଲେ ଶାସକ ଦଳର ବିଧାୟକ । ପ୍ରସ୍ତାବ ଗୃହିତ ହେବା ପରେ ବାଚସ୍ପତି ଗୃହକୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ପଦ୍ମପୁର ପ୍ରଚାର ସାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିବେଶନର ଶେଷ କାର୍ଯ୍ୟ ଦିବସରେ ଯୋଗ ଦେଇଥିଲେ ।ଏବଂ ସହଯୋଗ ପାଇଁ ଧନ୍ୟବାଦ ସମସ୍ତଙ୍କୁ ଦେଇଥିଲେ । ଏହି ସମୟରେ ବିଜେପି ବିଧାୟକ ବିଧାନସଭାରେ ଅନୁପସ୍ଥିତ ରହିଥିଲେ । ତେବେ ଅଧାରୁ ଅଧିବେଶନକୁ ସାରି ଦେଇଥିବାରୁ ଶାସକ ଦଳ ଉପରେ ବର୍ଷିଥିଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ସେ ଅଭିଯୋଗ କରିଛନ୍ତି, ବିରୋଧ ଦଳ ସହ ଆଲୋଚନା ନକରି ବିଧାନସଭା ଶୀତ ଅଧିବେଶନକୁ ମୁଲତବୀ ଘୋଷଣା କରାଯାଇଛି ।