ଏନଡିଟିଭିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରବିଶ କୁମାର
ଏନଡିଟିଭିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରବିଶ କୁମାର। ଗତକାଲି ଏନଡିଟିଭିର ବୋର୍ଡରୁ ଦୁଇ ପ୍ରତିଷ୍ଠାତା ପ୍ରଣୟ ରୟ ଏବଂ ରାଧିକା ରୟ ଇସ୍ତଫା ଦେବା ପରେ ଆଜି ପ୍ରତିଷ୍ଠିତ ସାମ୍ବାଦିକ ରବିଶ କୁମାର ମଧ୍ୟ ଇସ୍ତଫା ଦେଇଛନ୍ତି । ଗତକାଲି ଏନଡିଟିଭିରୁ ପ୍ରଣୟ ରୟ ଏବଂ ତାଙ୍କ ପତ୍ନୀ ରାଧିକା ରୟ ଇସ୍ତଫା ଦେଇଥିଲେ । ତେବେ ପ୍ରଣୟ ଓ ରାଧିକା ଇସ୍ତଫା ଦେବା ପରେ ଏହି ବୋର୍ଡରେ ପ୍ରବେଶ କରିଛନ୍ତି ସୁଦୀପ ଭଟ୍ଟାଚାର୍ଯ୍ୟ, ସଞ୍ଜୟ ପୁଗଲିଆ ଏବଂ ସେନଥିଲ ସିନିଆ ଚେଙ୍ଗଲଭରାୟଣ । ଏହି ତିନି ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେଇଛି ଆଦାନୀ ଗ୍ରୁପ୍ ।
ପ୍ରଣୟ ରୟ ଏବଂ ରାଧିକ ରୟ ଇସ୍ତଫା ଦେବାର ଦିନକ ପରେ ଆଦାନୀର ଇକ୍ୱିଟି କ୍ୟାପିଟାଲର ୯୯.୫ ପ୍ରତିଶତ ଅଂଶଧନ ଭିସିପିଏଲକୁ ଯାଇଛି । ଆଦାନି ଗ୍ରୁପର ମିଡିଆ ନେଟୱାର୍କ ହେଉଛି ବିଶ୍ୱପ୍ରଧାନ କମର୍ସିଆଲ ପ୍ରାଇଭେଟ୍ ଲିମିଟେଡ୍ । ଏସିଆର ଏକ ନମ୍ବର ଧନୀ ତଥା ଉଦ୍ୟୋଗପତି ଗୌତମ ଆଦାନୀଙ୍କ କମ୍ପାନି ଅଦାନୀ ଗ୍ରୁପ ଏନଡିଟିଭିକୁ କିଣିବା ପରେ ନିଜ ପଦରୁ ଇସ୍ତଫା ଦେବାକୁ ପ୍ରଣୟ ଏବଂ ରାଧିକା ନିଷ୍ପତ୍ତି ନେଇଥିଲେ । ପ୍ରଣୟ ଓ ରାଧିକା ଇସ୍ତଫା ଦେବାପରେ ରବିଶ କୁମାରଙ୍କ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ସେ ଇସ୍ତଫା ଦେଇଛନ୍ତି ।