ଆଜି ବିଶ୍ୱ ଏଡସ ଦିବସ

ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡସ୍ ଦିବସ ରୂପେ ପାଳନ କରାଯାଇଥାଏ । ଏହି ଦିବସ ପାଳନର ପ୍ରଥମ ଲକ୍ଷ୍ୟ ହେଉଛି ଏଡ଼ସକୁ ନେଇ ଲୋକ ମାନଙ୍କୁ ଜାଗରଣ କରିବା । ଏଡ଼ସର କାରଣ ହେଉଛି ଏଚଆଇଭି ( ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ) । ଏହା ଶରୀରର ଇମ୍ୟୁନ ସିଷ୍ଟମକୁ ଆକ୍ରମଣ କରିଥାଏ । ଏବଂ ଏହାକୁ ଏତେ ପରିମାଣରେ ଦୁର୍ବଳ କରିଦେଇଥାଏ ଯାହା ଶରୀର ଅନ୍ୟ କୌଣସି ରୋଗ ସହ ଲଢେଇ କରିବାରେ ସକ୍ଷମ ହୋଇନଥାଏ । ଏଚଆଭି ଏମିତି ଏକ ସଂକ୍ରମଣ ଯାହାର ଚିକିତ୍ସା ନ କଲେ ଆଗକୁ ଯାଇ ଏହା ଏଡ଼ସ୍ ରେ ପରିଣତ ହୋଇଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୋଗର କୌଣସି ଶକ୍ତ ଚିକିତ୍ସା ବାହାରି ନାହିଁ ଯାହା ଏହାକୁ ସମ୍ପୂର୍ଣ୍ଣ ଠିକ କରିପାରିବ । କେବଳ କିଛି ଔଷଧ ଦ୍ୱାରା ନିୟନ୍ତ୍ରଣ କରାଯାଇ ପାରୁଛି । ଔଷଧ ସାହାଯ୍ୟରେ ଶରୀରର ଇମ୍ୟୁନ ସିଷ୍ଟମକୁ ମଜବୁତ କରାଯାଇ ପାରୁଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଅନୁସାରେ, ଏଚଆଇଭି କଣ୍ଟ୍ରୋଲ ପାଇଁ ବହୁ ପ୍ରକାର ଜିନିଷ ବାହାରି ମଧ୍ୟ ବର୍ତ୍ତମାନ ଏହା ଲକ୍ଷ ଲକ୍ଷ ଲୋକ ମାନଙ୍କୁ ସଂକ୍ରମିତ କରୁଛି । ୨୦୨୧ର ଶେଷ ସୁଧା ଦୁନିଆରେ ୩.୮୪ କୋଟି ଲୋକ ଏହି ଭାଇରସ ଦ୍ୱାରା ସଂକ୍ରମିତ ଥିଲେ । ସେଥି ମଧ୍ୟରୁ ୨୦୨୧ ରେ ୬.୫ ଲକ୍ଷ୍ୟ ରୋଗୀ ମୃତ୍ୟୁ ବରଣ କରିଥିଲେ । ତେଣୁ ଡବ୍ଲ୍ୟୁଏଚଓ କହିବା ଅନୁସାରେ, କୋଭିଡ ପାଇଁ ଏହି ରୋଗୀ ମାନଙ୍କ ଇମ୍ୟୁନ ସିଷ୍ଟମକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ, ହୋଇପାରେ ଆସନ୍ତା ୧୦ବର୍ଷ ମଧ୍ୟରେ ୭୭ ଲକ୍ଷ ଲୋକ ମୃତ୍ୟୁ ବରଣ କରି ପାରନ୍ତି ।