ଗ୍ୟାଙ୍ଗଷ୍ଟର ଲିଙ୍କରେ ଏନଆଇଏ ଘନଘନ ରେଡ୍, ନିଜ ଏରିଆ ଛାଡି ଚାଲିଯାଉଛନ୍ତି ଗୁଣ୍ଡା

ଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲିଙ୍କରେ ଏନଆଇଏ ତାବଡ ତୋଡ ରେଡ୍ କରୁଛି । ଦିଲ୍ଲୀ, ରାଜସ୍ଥାନ, ହରିୟାଣା, ଉତ୍ତରପ୍ରଦେଶ ଓ ପଞ୍ଜାବରେ ଘନଘନ ଗୁଣ୍ଡାଙ୍କ ଘରେ ଚଢ଼ାଉ କରିଛି NIA ଟିମ୍ । ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ବାଲା ମର୍ଡର କେସ୍, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡି ବାର ସହ କନେକ୍ସନକୁ ନେଇ ଏନଆଇଏ ଟିମ୍ ମାରାଥନ ରେଡ୍ ଜାରି ରଖିଛି । ଟେରର-କନେକ୍ସନକୁ ନେଇ ଅନେକ ଗ୍ୟାଙ୍ଗଷ୍ଟର NIA ଲେନ୍ସରେ ରହିଥିବା ବେଳେ ବିଦେଶୀ ଫଣ୍ଡିଂକୁ ନେଇ ଆଜି ସକାଳୁ ରେଡ କରିଛି କେନ୍ଦ୍ରୀୟ ଏଜେନ୍ସି । ଗତକାଲି ଲରେନ୍ସ ବିଷ୍ଣୋଇର ୪ ସହଯୋଗୀଙ୍କୁ ପଞ୍ଜାବ ପୋଲିସ ଗିରଫ କରିଥିଲା । ସେମାନଙ୍କଠାରୁ ୩ଟ ପିସ୍ତଲ, ଗୋଟିଏ ମାଗାଜିନ ଓ ୨୨ଟି ଗୁଳି ଜବତ କରାଯାଇଥିଲା ।