ବିଶ୍ବର ପ୍ରଥମ ନାଜାଲ ଭାକ୍ସିନ ଇନକୋଭାକ
ବିଶ୍ବର ପ୍ରଥମ ନାଜାଲ ଭାକ୍ସିନ ଭାବେ ଇନକୋଭାକକୁ ମଞ୍ଜୁରୀ ଦେଇଛି ଆମେରିକା । ପୂର୍ବରୁ ଭାରତର ପ୍ରଥମ କୋଭିଡ ନାଜାଲ ଭାକ୍ସିନ ଭାବେ ଆସିଥିଲା ଇନକୋଭାକ । ଏହି ଭ୍ୟାକ୍ସିନକୁ ମଞ୍ଜୁରୀ ଦେଇଥିଲେ ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇ । କୋଭିଡ ସଂକ୍ରମିତ ଲୋକଙ୍କ କ୍ଷେତ୍ରରେ ଇନକୋଭାକର ଜରୁରୀକାଳୀନ ବ୍ୟବହାର ହୋଇପାରିବ ।
ନାକରେ ନିଆଯାଉଥିବା ଏହି ଟିକା ଶରୀରରେ ପ୍ରତିରୋଧକ ଶକ୍ତି ବଢାଇବା ସହ ରୋଗୀକୁ କୋଭିଡ ସଂକ୍ରମଣରୁ ରକ୍ଷା କରିଥାଏ । ଉଭୟ କୋଭାକ୍ସିନ ବା କୋଭିସିଲ୍ଡର ଦୁଇଟି ଡୋଜ ନେଇ ସାରିଥିବା ବ୍ୟକ୍ତି ତୃତୀୟ ଡୋଜ ଭାବେ ଇନକୋଭାକକୁ ନେଇପାରିବେ । ନାସା ରନ୍ଧ୍ରରେ ପ୍ରବେଶ କରୁଥିବା କୋଭିଡ ଭୂତାଣୁକୁ ଏହି ଟିକା ଦ୍ବାରା ରୋକା ଯାଇପାରିବ ବୋଲି ଗବେଷଣା ଦ୍ବାରା ଜଣାପଡିଛି ।