ଆମ୍ ଆଦମୀ ପାର୍ଟିକୁ ଝଟକା,ଏଥର ବିଜେପି, କଂଗ୍ରେସ, ଆପ ମଧ୍ୟରେ ହେବ ଲଢ଼େଇ

ଗାନ୍ଧୀନଗର: ଆମ୍ ଆଦମୀ ପାର୍ଟିକୁ ନିର୍ବାଚନ ପୂର୍ବରୁ ଲାଗିଛି ଜୋରଦାର ଝଟକା। ଦଳରୁ ଇସ୍ତଫା ଦେଇଛନ୍ତି ଆଶାୟୀ ବିଧାୟକ ପ୍ରାର୍ଥୀ। ଗୁଜରାଟ କଚ୍ଛ ଜିଲ୍ଲା ଅବଡାସା ଆସନରୁ ଆପ୍ ଟିକେଟରେ ଲଢିଥାନ୍ତେ ବସନ୍ତ ବଲଜୀଭାଇ ଖେତାନୀ। ଟିକେଟ୍ ବି ଦେଇଥିଲା ଦଳ। ହେଲେ ହଠାତ୍ ଖେତାନୀ ଦଳରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି। ରାତାରାତି ବିରୋଧୀ ବିଜେପିରେ ସାମିଲ ବି ହୋଇଛନ୍ତି। ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ସିଂ ଜାଡେଡାଙ୍କୁ ସମର୍ଥନ କରିବା ସହ ଜନତାଙ୍କୁ ଅପିଲ କରିଛନ୍ତି ତାଙ୍କୁ ଜିତାଇବାକୁ। ଗୁଜରାଟର ୧୮୨ଟି ଆସନ ପାଇଁ ଆସନ୍ତା ଡିସେମ୍ବର ୧ ଏବଂ ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ। ତେବେ ୨୦୧୭ ମସିହାରେ ଅନୁଷ୍ଠିତ ନିର୍ବାଚନରେ ବିଜେପି ୯୯ଟି ଆସନରେ ଜୟଯୁକ୍ତ ହୋଇଥିଲା । ୭୭ଟି ଆସନରେ ଜୟଲାଭ କରିଥିବା କ˚ଗ୍ରେସର ପ୍ରଦର୍ଶନ ବହୁତ ଭଲ ଥିଲା । ଆପ ଯେଉଁ ଆସନରେ ଲଢ଼େଇ କରିଥିଲା ସବୁ ଆସନରେ ଅମାନତ ହରାଇଥିଲା । ଏକ ପ୍ରତିଶତ ଭୋଟ ପାଇନଥିଲା ଆପ । ତେବେ ଏଥର ନିର୍ବାଚନରେ ଆପ୍‌ର ଉପସ୍ଥିତି ଯେଉଁ ଭୋଟ ବିଭାଜନର କାରଣ ହେବ, ତାହା ଅନେକ ସ୍ଥାନରେ ନିର୍ବାଚନର ଫଳାଫଳକୁ ପ୍ରଭାବିତ କରିବ। ଏଥର ନିର୍ବାଚନରେ ଆପ କେତେ ପ୍ରଭାବ ପକାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି

YouTube player