ମଦ୍ରାସାରେ କେବଳ ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ମିଳିବ
ନୂଆଦିଲ୍ଲୀ: ମଦ୍ରାସାକୁ ଆଉ ମିଳିବନି ସ୍କଲାରସିପ୍ । ଏନେଇ କେନ୍ଦ୍ର ସରକାର ନେଇଛନ୍ତି ବଡନିଷ୍ପତ୍ତି । ଦେଶରେ ଥିବା ମଦ୍ରାସା ଗୁଡିକର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କୁ ମିଳୁଥିବା ସ୍କଲାରସିପ ଉପରେ ରୋକ୍ ଲଗାଇଛନ୍ତି କେନ୍ଦ୍ର ସରକାର । କିନ୍ତୁ ପୂର୍ବପରି ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ମିଳିବ ବୋଲି କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।ମଦ୍ରାସା ଗୁଡିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ମାଗଣା ଶିକ୍ଷା ଦାନ କରାଯାଉଛି । ଏହାସହ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେଉଛି । ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟ ପୁସ୍ତକ ମିଳିବା ସହ ମଧ୍ୟାହ୍ନ ଭୋଜନ ମଧ୍ୟ ମିଳୁଛି । ଏପରି କ୍ଷେତ୍ରରେ ଏହି ଶ୍ରେଣୀମାନଙ୍କର ଛାତ୍ରଛାତ୍ରୀଙ୍କୁ ମିଳୁଥିବା ସ୍କଲାରସିପକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।