ମହାକାଶକୁ ୯ଟି ସାଟେଲାଇଟ୍‌ ପ୍ରେରଣ କଲା ଭାରତ

ଶ୍ରୀହରିକୋଟା : ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ୍‌ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ୍‌ ପ୍ୟାଡ୍‌ରୁ ‘ପିଏସ୍‌ଏଲ୍‌ଭି’ ରକେଟ୍‌ ଯୋଗେ ‘ଇସ୍ରୋ’ ୮ଟି ଅତି କ୍ଷୁଦ୍ର ସାଟେଲାଇଟ୍‌ ମହାକାଶକୁ ପ୍ରେରଣ କରିଛି।

‘ଆର୍ଥ ଅବ୍‌ଜର୍‌ଭେସନ୍‌ ସାଟେଲାଇଟ୍‌-୬’ ସମେତ ସମୁଦାୟ ୩୨୧ ଟନ୍‌ ଓଜନର ସାଟେଲାଇଟ୍‌ ସବୁକୁ ୪୪.୪ ମିଟର୍‌ ଲମ୍ବବିଶିଷ୍ଟ ‘ପୋଲାର୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍ଲ’ ବା ରକେଟ୍‌ ଯୋଗେ ଉତ୍‌କ୍ଷେପଣ କରାଯାଇଥିଲା। ୮ଟି କ୍ଷୁଦ୍ର କୃତ୍ରିମ ଉପଗ୍ରହ ସବୁ ଘରୋଇ କମ୍ପାନି ଏବଂ ଭାରତ ଓ ଭୁଟାନ୍‌ ମିଳିତ ଭାବେ ନିର୍ମାଣ କରିଛନ୍ତି। ସାମୁଦ୍ରିକ ଅଧ୍ୟୟନ ନିମନ୍ତେ ଏହି କୃତ୍ରିମ ଉପଗ୍ରହ ପ୍ରେରଣ କରାଯାଇଛି।

‘ପିଏସ୍‌ଏଲ୍‌ଭି-ସି-୫୪’ ଦ୍ବାରା ଏହି ସବୁ ରକେଟ ପ୍ରେରଣ କରାଯାଇଛି ।