କତାର: କତାରରେ ଫୁଟବଲ ମହାକୁମ୍ଭ ଆରମ୍ଭ ହେଉଛି ଫିଫା ବିଶ୍ବକପ ୨୦୨୨ । ଏହି ବିଶ୍ବକପରେ ମୋଟ ୩୨ଟି ଦେଶର ନାମି ଦାମି ଖେଳାଳି ଅଂଶଗ୍ରହଣ କରୁଛନ୍ତି । ଏଥର ବିଶ୍ବକପ୍ କିଏ ଜିତିବ ତାକୁ ନେଇ ଆଲୋଚନା ଜାରି ରହିଛି । ବ୍ରାଜିଲ, ଆର୍ଜେଣ୍ଟିନା, ଇଟାଲି ପ୍ରମୁଖ ଦାବିଦାର ଅଛନ୍ତି ।
ଟିମ ଗୁଡିକୁ ୮ଟି ଗ୍ରୁପରେ ଭାଗ କରାଯାଇଛି । ଟୁର୍ଣ୍ଣାମେଣ୍ଟରେ ମୋଟ ୪୮ଟି ଲିଗ୍ ମ୍ୟାଚ ଖେଳାଯିବ । ଭଲ ପ୍ରଦର୍ଶନ କରିଥିବା ୧୬ ଟିମ କ୍ବାଟର ଫାଇନାଲ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିବେ । ପ୍ରାୟ ଏକ ମାସ ଯାଏଁ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଆସନ୍ତା ଡିସେମ୍ବର ୧୮ରେ ଖେଳାଯିବ । ପ୍ରଥମ ମ୍ୟାଚ ଆୟୋଜକ କତାର ଓ ଇକ୍ବେଡର ମଧ୍ୟରେ ଖେଳାଯିବ । ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଫିଫା ବିଶ୍ବକପ୍ ୨୦୨୨ର ଉଦଘାଟନୀ ସମାରୋହରେ ଭାରତର ପ୍ରତିନିଧିତ୍ବ କରିବାକୁ କତାରରେ ପହଁଚିସାରିଛନ୍ତି । ବିଶ୍ବକପରେ ମୋଟ ୮ଟି ଷ୍ଟାଡିୟମରେ ଖେଳ ହେବ । ଏହା ମଧ୍ୟରୁ ୬ଟି ଷ୍ଟାଡିୟମକୁ ସଂପୂର୍ଣ୍ଣ ନୂଆ ତିଆରି କରାଯାଇଛି ଓ ୨ଟି ଷ୍ଟାଡିୟମର ନବୀକରଣ କରାଯାଇଛି ।