ସାବରକରଙ୍କୁ ନେଇ ବିବାଦୀୟ ମନ୍ତ୍ରବ୍ୟ ପରେ ରାହୁଲ ଗାନ୍ଧିଙ୍କ ନାମରେ ଥାନାରେ ଅଭିଯୋଗ

ମୁମ୍ବାଇ: ସ୍ୱାଧୀନତା ସଂଗ୍ରାମୀ ସାବରକରଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଏବେ ରାଜନୀତି ସରଗରମ ହୋଇଛି । ରାହୁଲ ଗାନ୍ଧିଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି ବୀର ସାବରକରଙ୍କ ନାତି । ରାହୁଲ ସାବକରଙ୍କୁ ଅପମାନିତ କରିଥିବା ଅଭିଯୋଗ  କରିଛନ୍ତି ସାବରକରଙ୍କ ପରିବାର । ଗାନ୍ଧିଙ୍କ ବିରୋଧରେ  ସଙ୍ଗିନ ଦଫା ଧାରା ୫୦୦ ଓ ୫୦୧ ଦଫା ଲାଗୁ କରାଯାଇଛି। ଗୁରୁବାର ମହାରାଷ୍ଟ୍ରର ଅକୋଲାରେ ରାହୁଲ କହିଥିଲେ ସ୍ୱାଧୀନତା ପୂର୍ବରୁ ସାବରକର ବ୍ରିଟିଶମାନଙ୍କୁ କ୍ଷମା ପ୍ରାର୍ଥନା କରି ମହାତ୍ମା ଗାନ୍ଧି, ଜବାହରଲାଲ ନେହରୁ ଏବଂ ସର୍ଦ୍ଦାର ପଟେଲଙ୍କ ଭଳି ନେତାଙ୍କ ପ୍ରତି ବିଶ୍ୱାସଘାତକତା କରିଥିଲେ।

ରାହୁଲ ଏକ ଚିଠି ପଢ଼ିଥିଲେ ଯେଉଁଥିରେ ସାବରକର ବ୍ରିଟିସରଙ୍କୁ  ଚିଠିରେ ଲେଖିଥିଲେ ‘ସାର ମୁ ତୁମର ଅତ୍ୟନ୍ତ ଅନୁଗତ ହୋଇ ରହିବାକୁ ଚାହେଁ। ଆପଣ ଯାହା କହିବେ ମୁଁ ମାନିବାକୁ ରାଜି।

ତେବେ ଏହାକୁ ନେଇ ମହାରାଷ୍ଟ୍ର କଂଗ୍ରେସ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରିନାହିଁ । କଂଗ୍ରେସର ମେଂଟ ଥିବା ଏନସିପି ଏହି ବକ୍ତବ୍ୟ ଉପରେ କିଛି କହିବାକୁ ଠିକ୍ ମନେ କରିନାହିଁ । ସେପଟେ ଉଦ୍ଧବ ଠାକରେ କହିଛନ୍ତି ରାହୁଲଙ୍କ ବକ୍ତବ୍ୟକୁ ସେ ସମର୍ଥନ କରନ୍ତି ନାହିଁ ।

ବିଜେପି ରାହୁଲଙ୍କ ଅଭିଯୋଗକୁ ନେଇ କହିଛନ୍ତି ସେତେବେଳେ ମହାତ୍ମା ଗାନ୍ଧୀ ମଧ୍ୟ ଚିଠିରେ ଏପରି ଲେଖୁଥିଲେ । ରାହୁଲ ମହାତ୍ମା ଗାନ୍ଧୀଙ୍କ ଚିଠିକୁ କାହିଁକି ଦେଖାଉନାହାଁନ୍ତି । ସାବରକର ଜଣେ ଦେଶ ସେବକ ଗାନ୍ଧୀ ତାଙ୍କୁ ଅପମାନିତ କରି ଠିକ୍ କରୁନାହାଁନ୍ତି ବୋଲି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି ।