ଧର୍ମ ପରିବର୍ତ୍ତନ ପାଇଁ ନମାନିବାରୁ ପ୍ରେମିକାକୁ ୪ ମହଲା ଛାତରୁ ଠେଲିଦେଲା ମହମ୍ମଦ ସୁଫିଆନ
ଲକ୍ଷ୍ନୌ : ଦିଲ୍ଲୀରେ ପ୍ରେମିକାକୁ ହତ୍ୟାକରି ମୃତଦେହକୁ ୩୫ ଖଣ୍ଡ କରିଥିଲା ଅଭିଯୁକ୍ତ ପ୍ରେମିକ ଆଫତାବ ଅମିନ୍ ଏବେ ଜେଲରେ । ଯାହାକି ସାରା ଦେଶର ଜନସାଧାରଣଙ୍କୁ ସ୍ତବ୍ଧ କରିଦେଇଛି । ଏହାକୁ ନେଇ ମହିଳା ସଂଗଠନମାନେ ନିନ୍ଦା କରିଥିବା ବେଳେ ବୁଦ୍ଧିଜୀବୀମାନେ ଦୋଷୀଙ୍କୁ ଫାଶୀ ଦିଆଯାଉ ବୋଲି ଦାବି କରିଛନ୍ତି । ତେବେ ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ପୁଣି ଆସିଛି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ । ୧୯ ବର୍ଷୀୟା ଯୁବତୀଙ୍କୁ ୪ ମହଲା ଛାତରୁ ଠେଲି ହତ୍ୟାକରିଛି ଜଣେ ଯୁବକ । ମୃତକ ଯୁବତୀ ନିଧି ଗୁପ୍ତା ମୁସଲିମ ଧର୍ମ ଗ୍ରହଣ କରିବେ ନାହିଁ ବୋଲି କହିବା ପରେ ମହମ୍ମଦ ସୁଫିଆନ ଛାତରୁ ଠେଲି ହତ୍ୟା କରିଛି ।
ଗୁରୁତର ଅବସ୍ଥାରେ ନିଧିଙ୍କୁ କିଙ୍ଗ ଜର୍ଜ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ନିଧିଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ବୟଫ୍ରେଣ୍ଡ ବନ୍ଧୁ ମହମ୍ମଦ ସୁଫିୟାନ୍ ନାଁ’ ରେ ମାମଲା ରୁଜୁ ହୋଇଛି । ଘଟଣା ପରେ ଅଭିଯୁକ୍ତ ମହମ୍ମଦ ଫେରାର ଥିବା ଜଣାପଡିଛି ।