ରାଜଧାନୀର ପ୍ରତ୍ୟେକ ସ୍କୁଲରେ ପଢ଼ାଯିବ ସାଇବର ପାଠ

ରାଜ୍ୟରେ ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କମିସନରେଟ୍ ପୋଲିସ ଏକ ନୂଆ ପ୍ରୟାସ ଆରମ୍ଭ କରିଛି । ଏଣିକି ପୋଲିସ ସ୍କୁଲମାନଙ୍କୁ ଯାଇ ସେଠାରେ ପିଲାମାନଙ୍କୁ ସାଇବର ଅପରାଧ ସମ୍ପର୍କରେ ସଚେତନ କରାଇବ । ଏନେଇ କମିସନରେଟ ପୋଲିସ ତରଫରୁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ରାଜଧାନୀର ସମସ୍ତ ସ୍କୁଲରେ ସାଇବର କ୍ରାଇମ ସଚେତନ ନେଇ କର୍ମଶାଳନ ଅନୁଷ୍ଠିତ ହେବ ।

ତେବେ ଏହି ନୂଆ ପଦକ୍ଷେପ ଅନୁସାରେ, ସ୍କୁଲ କର୍ତ୍ତୃପକ୍ଷ ଓ ପୋଲିସ ଅଧିକାରୀଙ୍କୁ ନେଇ ଏକ ହ୍ୱାଟସଆପ ଗ୍ରୁପ ଗଠନ କରାଯିବ । ଏଥିସହିତ ସ୍କୁଲ ସ୍ତରରେ ସିକ୍ୟୁରିଟି କ୍ଲବ ମଧ୍ୟ ଗଠନ ହେବ । ଏନେଇ କମିସନରେଟ ପୋଲିସ ମୁଖ୍ୟାଳୟରେ ଭୁବନେଶ୍ୱରର ୧୦୦ଟି ସ୍କୁଲର ପ୍ରତିନିଧି ଓ ପୋଲିସ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀପ ସିଂ, ଟ୍ରାଫିକ ଡିସିପି ଠାକୁର ପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।