ନିଆରା ଡ଼ଙ୍ଗରେ ଆରମ୍ଭ ହୋଇଛି କଟକ ବାଲିଯାତ୍ରା

୨ ବର୍ଷ ପରେ ଆୟୋଜିତ ହେଉଛି କଟକ ବାଲିଯାତ୍ରା । ଯେଉଁଥିପାଇଁ ମହାନଦୀ ପଠାରେ ଜମୁଛି ଭିଡ । ଗତ ୨ ବର୍ଷ ଧରି କରୋନା କାରଣରୁ ବାଲିଯାତ୍ରା ବନ୍ଦ ରହିଥିଲା । କିନ୍ତୁ ଚଳିତ ବର୍ଷ କଟକଣା ଉଠିଥିବାରୁ ପ୍ରବଳ ଗହଳି ହେବା ନେଇ ଆଶା କରାଯାଉଛି ।ଏମିତିକି ପାଖାପାଖି ୭୦ ଲକ୍ଷ ଲୋକଙ୍କ ସମାଗମ ହୋଇପାରେ । ଆଉ ଏହି ସମୟରେ ଭୁବନେଶ୍ୱରରେ ନିଆରା ଢଙ୍ଗରେ କରାଯାଉଛି ପ୍ରଚାରପ୍ରସାର । ରାଜଧାନୀ ରାସ୍ତାରେ ପାରମ୍ପରିକ ନୃତ୍ୟ ବାଦ୍ୟରେ ନୃତ୍ୟଶିଳ୍ପୀମାନେ ନିଜ ନିଜର କଳାପ୍ରଦର୍ଶନ କରୁଛନ୍ତି । ସେହିପରି ନାଗାନୃତ୍ୟ ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ ଏଥିପାଇଁ ସ୍ୱତନ୍ତ୍ର ବୋଇତର ମଧ୍ୟ ପ୍ରସ୍ତୁତ କରାଯାଇଛି ।