୩ ବରିଷ୍ଠ ବିଜେପି ନେତାଙ୍କୁ ପଦ୍ମପୁର ଉପନିର୍ବାଚନର ଦାୟିତ୍ବ

ଧାମନଗର ଉପନିର୍ବାଚନରେ ବିଜୟ ପରେ ବିଜେପି ଅଧିକ ଉତ୍ସାହିତ ଥିବା ଜଣାଯାଇଛି। କିଭଳି ଦଳ ପଦ୍ମପୁର ଉପନିର୍ବାଚନରେ ବାଜିମାତ୍ କରିବ, ସେଥିଲାଗି ରଣନୀତି ପ୍ରସ୍ତୁତ କରିଛି। ତାହା ଅନୁଯାୟୀ, ଦଳ ତିନି ୩ ବରିଷ୍ଠ ନେତାଙ୍କୁ ପଦ୍ମପୁର ଉପନିର୍ବାଚନର ଦାୟିତ୍ବ ଦେଇଥିବା ନେଇ ବିଜେପି ସାଧାରଣ ସଂପାଦକ ପୃଥ୍ବୀରlଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ପୃଥ୍ବୀରlଜ ହରିଚନ୍ଦନ କହିଛନ୍ତି, ବରଗଡ଼ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ଲୋକସଭା ସଦସ୍ୟ ବସନ୍ତ ପଣ୍ଡା ଓ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧା୍ୟକ ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ଵରେ ପଦ୍ମପୁର ଉପନିର୍ବାଚନ ଲଢ଼ିବ ଦଳ। ପଦ୍ମପୁର ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଟିମ୍ ପ୍ରସ୍ତୁତି ସରିଛି। ପଦ୍ମପୁରରେ ବି ଦଳ ଧାମନଗର ଶୈଳୀରେ ପ୍ରଚାର ଓ ପରିଚାଳନା କରିବ। ଏଥିଲାଗି ଯୋଜନା ପ୍ରସ୍ତୁତ ହୋଇଛି। ନିର୍ବାଚନ ବେଳେ ସମସ୍ତ ବିଧାୟକଙ୍କ ସମେତ ପଶ୍ଚିମ ଓଡ଼ିଶାର ନେତାମାନଙ୍କୁ ସେଠି ରହି ନିର୍ବାଚନ ଦାୟିତ୍ବ ନେବାକୁ କୁହାଯାଇଛି। ଖୁବ୍ ଶୀଘ୍ର ଓଡ଼ିଶାର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଓ ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଷ୍ଟ୍ରାଟେଜି ପ୍ରସ୍ତୁତ କରିବା ପାଇଁ ଓଡ଼ିଶା ଆସୁଛନ୍ତି। ପ୍ରାଥମିକ ସ୍ତରରେ ଦଳର ତିନି ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି।