ଆଜି କାର୍ତ୍ତିକ ପୂର୍ଣ୍ଣିମା

ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଆଜି ବି ଚନ୍ଦ୍ରଗ୍ରହଣ। ଅଧିକାଂଶ ସ୍ଥାନରେ ଲୋକେ ମଧ୍ୟରାତ୍ରିରୁ ଡଙ୍ଗା ଭସାଣ କରୁଥିବାର ପରିଲକ୍ଷିତ ହୋଇଛି। ଏପରିକି ଲୋକେ ରାତି ୨ଟାରୁ ଉଠି ସ୍ନାନାଦି ଶେଷ କରି ଘର ଆଗରେ, ଚଉରାମୂଳେ ମୁରୁଜ ପକାଇ ପୂଜାର୍ଚ୍ଚନା ସାରି ଡଙ୍ଗା ଭସାଇଛନ୍ତି । ସକାଳୁ ଦେବନୀତି ନିଷେଧ ଥିବାକୁ ଏହା ପୂର୍ବରୁ ବୋଇତ ବନ୍ଦାଣ ସହ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ। ବୋଇତ ବନ୍ଦାଣ ପାଇଁ ବିଳମ୍ବିତ ରାତିରୁ ଭୋର ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ବିଭିନ୍ନ ନଦୀ, କେନାଲ୍ ଓ ପୁଷ୍କରିଣୀରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଜମିଥିବାର ଦେଖିବାକୁ ମିଳିଥିଲା। କଟକର ଗଡ଼ଗଡ଼ିଆ ଘାଟ, କାଠଯୋଡ଼ି ନଦୀର ବିଭିନ୍ନ ଘାଟରେ ରାଜଧାନୀର ବିନ୍ଦୁସାର ଘାଟ ଓ କୁଆଖାଇ ନଦୀରେ ପ୍ରବଳ ଜନସମାଗମ ହୋଇଥିଲା।