ରୋମାଞ୍ଚକର ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୩ ରନରେ ହରାଇଲା ନେଦରଲାଣ୍ଡ, ସେମିଫାଇନାଲରେ ପ୍ରବେଶ କଲା ଇଣ୍ଡିଆ
ଆଡିଲେଡ୍ : ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ନେଦରଲାଣ୍ଡ । ଆଜି ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୩ ରନରେ ହରାଇଛି ନେଦରଲାଣ୍ଡ । ଦକ୍ଷିଣ ଆଫ୍ରିକାର ପରାଜୟ ସହିତ ଗ୍ରୁପ୍-୨ରୁ ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ ଅର୍ଥାତ ଦକ୍ଷିଣ ଆଫ୍ରିକା ସେମି ଫାଇନାଲ ଖେଳିବା ଆଶା ଏକ ପ୍ରକାର ଧୂଳିସାତ ହୋଇଛି ।
ଟସ୍ ହାରି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିବା ନେଦରଲାଣ୍ଡ ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ସଂଗ୍ରହ କରିଥିଲା ୧୫୮ ରନ । ୧୫୯ ରନର ବିଜୟଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୮ ଓ୍ବିକେଟ ହରାଇ ୧୪୫ ରନ କରିବାକୁ ସକ୍ଷମ ହୋଇଛି । ଫଳରେ ଦଳର ସେମି ଆଶ ଧୂଳିସାତ୍ ହୋଇଛି ।