ପଞ୍ଚୁକର ଦ୍ବିତୟ ଦିନରେ ବାମନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ଆଜି ଗରୁଡ଼ ଉତଥାପନ ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଙ୍କଚୁଡ଼ା ବା ବାମନ ବେଶ ଅନୁଷ୍ଠିତ ହେଉଛି । ପଞ୍ଚୁକର ୫ଦିନରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଓ ବେଶ ଅନୁଷ୍ଠିତ ହେଉଥିବାରୁ ଭକ୍ତମାନେ ଦର୍ଶନ କରିବାକୁ ଭିଡ ଜମାଇଛନ୍ତି । ଆଜି ସ୍ୱତନ୍ତ୍ର ବାଙ୍କଚୁଡ଼ା ବା ବାମନ ବେଶକୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

ଏହିପରି ତ୍ରୟୋଦଶୀରେ ତ୍ରୀବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବାକୁ ଥିବା ବେଳେ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ଚିତାକର୍ଷକ ସୁନାବେଶ ବା ରାଜରାଜେଶ୍ୱରୀ ବେଶରେ ଦର୍ଶନ କରିବେ ଭକ୍ତ । ପଞ୍ଚୁକରେ ଶ୍ରୀମନ୍ଦିରରେ ବ୍ରତଧାରୀଙ୍କ ଭିଡ଼ ଜମିଛି । ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ସହ ପୋଲିସ୍ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କାର୍ତିକ ବ୍ରତର ଶେଷ ପାଞ୍ଚ ଦିନ ତିଥିରେ ଭକ୍ତମାନେ ମହୋଦଧୀରେ ସ୍ନାନ ପରେ ମହାପ୍ରଭୁଙ୍କୁ ଦର୍ଶନ କରି ପୁଣ୍ୟ ଲାଭ କରିବାର ପୌରାଣିକ ତଥ୍ୟ ରହିଛି ।