କିଙ୍ଗ୍‌ କୋହଲିଙ୍କୁ ଜନ୍ମଦିନର ଅଭିନନ୍ଦନ

କିଙ୍ଗ କୋହଲିଙ୍କୁ ଜନ୍ମଦିନର ଶୁଭେଚ୍ଛା ସାରା ବିଶ୍ବରୁ ମିଳିବାରେ ଲାଗିଛି । ମେଲବର୍ଣ୍ଣରେ ସେ ନିଜର ଜନ୍ମଦିନ ପାଳନ କରିଛନ୍ତି । ଏହାରି ଭିତରେ ସୋସିଆଲ ମିଡିଆରେ ତାଙ୍କୁ ଢ଼େରସାରା ଶୁଭେଚ୍ଛା ବାର୍ତ୍ତା ମିଳୁଛି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ନିର୍ଭରଯୋଗ୍ୟ ବ୍ୟାଟର୍‌ ବିରାଟ କୋହଲି ଶନିବାର ୩୪ ବର୍ଷ ପୂରଣ କରିଛନ୍ତି। ୨୦୦୮ ମସିହାରୁ ପଦାର୍ପଣ କରିବା ପରଠୁ ୧୪ ବର୍ଷ ଧରି ସେ ଭାରତୀୟ କ୍ରିକେଟ୍‌ର ପ୍ରମୁଖ ଖେଳାଳି ଭାବେ ରହି ଆସିଛନ୍ତି। ଏବେ ସେ ଜବରଦସ୍ତ ବ୍ୟାଟିଂ କରି ନିଜର ପ୍ରଶଂସକଙ୍କୁ ଖୁସି କରିବାରେ ଲାଗିଛନ୍ତି । ବିରାଟ କୋହଲି ପ୍ରଥମ ବ୍ୟାଟ୍ସମ୍ୟାନ୍ ଯିଏକି ଏକ ଦଶନ୍ଧି ମଧ୍ୟରେ 20,000 ଆନ୍ତର୍ଜାତୀୟ ରନ୍ ସ୍କୋର କରିଛନ୍ତି। ୨୦୧୦ ମସିହା ଜୁନ ୧୨ ତାରିଖରେ ଜିମ୍ବାଓ୍ବେ ବିପକ୍ଷ ଟି ଟ୍ବେଣ୍ଟିରେ ଡେବ୍ୟୁ କରିଥିଲେ ଏବଂ ୨୦୧୧ ଜୁନ ୨୦ରେ ସେ ଓ୍ବେଷ୍ଟ ଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଥିଲେ । ଏହାରି ଭିତରେ ୧୦୨ଟି ଟେଷ୍ଟ, ୨୬୨ ଟି ଦିନିକିଆ ଓ ୧୧୩ଟି ଟି ଟ୍ବେଣ୍ଟି ମ୍ୟାଚ ଖେଳିସାରିଛନ୍ତି । ଦିନିକିଆରେ ୨୬୨ଟି ମ୍ୟାଚରୁ ୧୨ ହଜାର ୩୪୪ ରନ କରିଛନ୍ତି ।