ସରିଲା ଧାମନଗର ଉପନିର୍ବାଚନ
ଧାମନଗର: ସରିଲା ଧାମନଗର ଉପନିର୍ବାଚନ । ଇଭିଏମରେ ସିଲ୍ ହୋଇଛି ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ସଂଧ୍ୟା ୬ଟା ସୁଦ୍ଧା ୬୬. ୬୩ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କଠାରୁ ସୂଚନା ମିିଳିଛି । କୌଣସି ବୁଥରେ ହିଂସାକାଣ୍ଡ ଘଟି ନାହିଁ କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିଲା । ୨ ଲକ୍ଷ ୩୮ହଜାର ୪୧୭ ଜଣ ଭୋଟର ମତାଧିକାର ସାବ୍ୟସ୍ତ କଲେ । ବିଜେଡିର ଅବନ୍ତୀ ଦାସ, ବିଜେପିରୁ ସୂର୍ଯ୍ୟବଂଶୀ ସୁରଜ, କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ, ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜେନ୍ଦ୍ର କୁମାର ଦାସ ଓ ପବିତ୍ର ମୋହନ ଦାସ ନିର୍ବାଚନ ମୈଦାନରେ ଥିଲେ । ତେବେ ଏମାନଙ୍କ ମଧ୍ୟରୁ କିଏ ବାଜିମାତ୍ କରିବ ତାହା ୬ ତାରିଖରେ ଭୋଟ୍ ଗଣତି ପରେ ଜଣାପଡିବ ।
ଉପନିର୍ବାଚନରେ ୨ ଲକ୍ଷ ୩୮ ହଜାର ୪୧୭ ଜଣ ଭୋଟର ମତଦାତା ଥିଲେ । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୨୩ ହଜାର ୩୮ ଜଣ ପୁରୁଷ ଓ ୧ ଲକ୍ଷ ୧୫ ହଜାର ୩୪୬ ଜଣ ମହିଳା ଭୋଟର । ୧୫ଟି ମଡେଲ ବୁଥ୍ ରହିଥିବା ବେଳେ ୫ଟି ପିଙ୍କ ବୁଥ୍ ରହିଛି । ୧୧୦ଟି ସମ୍ବେଦନଶୀଳ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।