ଗେହଲଟ ଓ ପାଇଲଟଙ୍କ ପୁଣି ବିବାଦ!
ରାଜସ୍ଥାନ: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ସଚିନ ପାଇଲଟ୍ ମଧ୍ୟରେ କ୍ଷମତା କନ୍ଦଳ ନୂଆ କଥା ନୁହେଁ । ଦୁଇ ବର୍ଷ ହେଲା ଏ ଦୁହିଁକ ମଧ୍ୟରେ ଚୈାକିକୁ ନେଇ ବିବାଦ ବଢିବାରେ ଲାଗିଛି । ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ କରାଯିବ କହି 4 ବର୍ଷ ବିତିଯାଇଥିଲେ ମଧ୍ୟ ଗେହଲୋଟ ଗାଦି ଛାଡିନାହାଁନ୍ତି । ସେ 5 ବର୍ଷ ମୁଖ୍ୟମନ୍ତ୍ରୀ ରହିବେ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି । ଏପଟେ ପାଇଲଟ କେବେ ମୁଖ୍ୟମନ୍ତ୍ରୀ ହେବେ ସେ ସ୍ବପ୍ନ ଦେଖିବାରେ ଲାଗିଛନ୍ତି । ତେବେ ଏଥର ଦଳୀୟ କନ୍ଦଳ ନୁହେଁ ବଂର ନିକଟରେ ରାଜସ୍ଥାନର ବାଂଶୱାରାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ଗେହଲଟ ପ୍ରଶଂସା କରିଥିଲେ । ଏବେ ସେହି ପ୍ରଶଂସାକୁ ନେଇ କଟାକ୍ଷ କରିଛନ୍ତି ସଚିନ ପାଇଲଟ୍ । ସେ ଗୁଲାମ ନବୀ ଆଜାଦଙ୍କ ଘଟଣାକୁ ମନେ ପକାଇ ବଡ଼ ବାର୍ତ୍ତା ଦେଇଛନ୍ତି । ପାଇଲଟ୍ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଶୋକ ଗେହଲଟ ପ୍ରଶଂସା କରିଛନ୍ତି, ସେଥିରୁ କିଛି ଆଭାଷ ମିଳିଛି ।