ଐତିହାସିକ ରାୟ: ବିବାହିତା ଝିଅ ପାଇପାରିବେ ଅନୁକମ୍ପାମୂଳକ ନିଯୁକ୍ତି
କଟକ: ବିବାହିତା ଝିଅ ପାଇପାରିବେ ଅନୁକମ୍ପାମୂଳକ ନିଯୁକ୍ତି । ଚାକିରି କାଳ ମଧ୍ୟରେ କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ପୁଅ ଓ ଅବିବାହିତ ଝିଅଙ୍କ ପରି ବିବାହିତ ଝିଅ ବି ପାଇପାରିବେ ଅନୁକମ୍ପାମୂଳକ ନିଯୁକ୍ତି । ଏଭଳି ଏକ ଐତିହାସିକ ରାୟ ଦେଇଛନ୍ତି କଟକ ହାଇକୋର୍ଟ। ବହୁ ବର୍ଷ ଧରି ଚାଲି ଆସୁଥିବା ଏହି ନିୟମକୁ ଭାଙ୍ଗି ସଂସ୍କାରମୂଳକ ରାୟ ଶୁଣାଇଛନ୍ତି ଉଚ୍ଚ ନ୍ୟାୟାଳୟ । ଏଥିସହ ବିବାହିତ ଝିଅଙ୍କ ନିଯୁକ୍ତିକୁ ନେଇ ସରକାରୀ ନିୟମରେ ଥିବା ପ୍ରତିବନ୍ଧକ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି କୋର୍ଟ । ବର୍ଷ ବର୍ଷ ଧରି ବିବାହିତ ଝିଅମାନେ ଆଇନର ଆଶ୍ରୟ ନେଉଥିବା ବେଳେ ଏହା ଉପରୁ ଏବେ ସଂଶୟ ଉଠିଛି ।
ବିବାହିତ ହୋଇଥିବା କାରଣରୁ ଜଣେ ଝିଅକୁ ଅନୁକମ୍ପାମୂଳକ ନିଯୁକ୍ତି ଦିଆନଯିବା ଏକ ମନମୁଖି ନିଷ୍ପତ୍ତି ଏବଂ ସମ୍ବିଧାନର ଧାରା ୧୪, ୧୫ ଏବଂ ୧୬(୨)କୁ ଉଲ୍ଲଂଘନ କରୁଛି ବୋଲି କହିଛନ୍ତି ହାଇକୋର୍ଟ ।