ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସ ଙ୍କ ଘରେ ଭିଜିଲାନସ ରେହ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକ ସଙ୍ଗରେ ଖୋର୍ଦ୍ଧା, ସମ୍ବଲପୁର ଓ ବରଗ଼ଡ଼ ଜିଲ୍ଲାର ୬ଟି ସ୍ଥାନରେ ଚଢ଼ଉ କରାଯାଉଛି ।ଭୁବନେଶ୍ୱର ଖାରବେଳନଗରର ଶ୍ରୀରାମ ମାନସନରେ ଥିବା ଫ୍ଲାଟ, ଖାରବେଳନଗରରେ ଥିବା ସଂପର୍କୀୟଙ୍କ ଘର, ଖୋର୍ଦ୍ଧା ସାନପଲରେ ଥିବା ସଂପର୍କୀୟଙ୍କ ଘର, ସମ୍ବଲପୁର ମୁଦିପଡ଼ାର ପୈତୃକ ବାସଭବନ, ବରଗଡ଼ରେ ଥିବା ନିଜ ଘର ଓ ଭୁବନେଶ୍ୱର ଅଫିସରେ ଏକ ସଙ୍ଗରେ ଚଢ଼ଉ ଜାରି ରହିଛି ।