କୋଏମ୍ବାଟୁର କାର୍‌ ବିସ୍ଫୋରଣ ମାମଲାରେ ଏନଆଇଏ ଏଫଆଇଆର ଦାଖଲ କଲା

କୋଏମ୍ବାଟୁର: ରବିବାର କୋଏମ୍ବାଟୁରର ଏକ ମନ୍ଦିର ସମ୍ମୁଖରେ ହୋଇଥିବା କାର ବିସ୍ଫୋରଣ ମାମଲାରେ ଏନଆଇଏ ଏନଆଇଏ ଏଫଆଇଆର ଦାଖଲ କରିଛି । ଆତଙ୍କବାଦୀ ଷଡ଼୍‌ଯନ୍ତ୍ର ଥିବା ପୁଲିସ ତଦନ୍ତରୁ ଜଣାପଡ଼ିବା ପରେ ଏହି ମାମଲାକୁ ତଦନ୍ତ ହାତକୁ ନେଇଛି ଏନଆଇଏ ।

ଏହି ମାମଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆଇଏସ୍‌ଆଇଏସ୍ ସମର୍ଥକଙ୍କୁ ଗିରଫ କରିଛି ପୋଲିସ । ସେମାନେ ସହରର ଆଉ ୫ଟି ସ୍ଥାନରେ ବିସ୍ଫୋରଣ ଘଟାଇବାକୁ ଯୋଜନା କରିଥିବା ପରେ ଜଣାପଡିଥିଲା । ସିସିଟିଭି କ୍ୟାମେରାରେ ବିସ୍ଫୋରଣରେ ନିହତ ହୋଇଥିବା କାର ଡ୍ରାଇଭର ୨୯ ବର୍ଷୀୟ ଜାମିସା ମୁବିନର ଭିଜୁଆଲ ରହିଛି । ଏଥି ସହ ଏହି ଫୁଟେଜରେ ଆଉ ତିନିଜଣଙ୍କୁ ଦେଖିବାକୁ ମିଳୁଛି ଯେଉଁମାନେ ଶନିବାର ରାତି ସାଢ଼େ ୧୧ଟା ବେଳେ କାର ଭିତରେ ଦୁଇଟି ଗ୍ୟାସ ସିଲିଣ୍ଡର ଓ ବିସ୍ଫୋରକ ଭର୍ତ୍ତି ତିନୋଟି ଡ୍ରମ୍ ରଖୁଥିବାର ଦେଖାଯାଇଥିଲା । ଏବେ ଏହି ମାମଲାର ତଦନ୍ତ ଏନଆଇଏ କରିବା ପରେ ଅନ୍ୟମାନେ କିଏ ସଂପୃକ୍ତ ଅଛନ୍ତି ତାହା ଜଣାପଡିବ ।