ଟି ଟ୍ୱେଣ୍ଟି ବିଶ୍ୱକପରେ ନେଦରଲ୍ୟାଣ୍ଡସକୁ ୫୬ ରନ୍‌ରେ ହରାଇଲା ଟିମ୍ ଇଣ୍ଡିଆ

ସିଡନୀ: ଟି ଟ୍ୱେଣ୍ଟି ବିଶ୍ୱକପରେ ଭାରତର ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି । ନେଦରଲ୍ୟାଣ୍ଡସକୁ ୫୬ ରନ୍‌ରେ ହରାଇଛି ଟିମ୍ ଇଣ୍ଡିଆ । ୧୮୦ ରନ୍‌ର ବିଜୟ ଟାର୍ଗେଟକୁ ପିଛା କରି ନେଦରଲ୍ୟାଣ୍ଡସ ୯ ଉଇକେଟସ ହରାଇ ୧୨୩ ରନ କରିବାକୁ ସମର୍ଥ ହୋଇଛି । ନେଦରଲ୍ୟାଣ୍ଡସ ଦଳର କୌଣସି ବ୍ୟାଟ୍ସମ୍ୟାନ ଆଜି ବଡ଼ ସ୍କୋର କରିପାରିନଥିଲେ । ଦଳ ପକ୍ଷରୁ ଟିମ୍ ପିଙ୍ଗଲ ସର୍ବାଧିକ ୨୦ ରନ କରିଥିଲେ । ମାର୍କ ଓଡଉଡ ଓ ବାସ୍ ଡି ଲିଡ୍ ୧୬ ରନ ଲେଖାଏଁ କରିଥିଲେ । ଦଳ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୨୩ ରନ କରିବାକୁ ସକ୍ଷମ ହୋଇଥିଲା  । ଭାରତ ପକ୍ଷରୁ ଭୁବନେଶ୍ବର କୁମାର ୨ ଟି ଉଇକେେଟ ନେଇଥିବା ବେଳେ ଅର୍ଶଦୀପ ୨ ଟି ଉଇକେଟ, ଅଶ୍ବିନ ୨ଟି ଉଇକେଟ, ଅକ୍ଷର ପଟେଲ ୨ ଟି ଉଇକେଟ ଏବଂ ସାମି ଗୋଟିଏ ଉଇକେଟ ନେଇଥିଲେ ।

ଆଜି ସିଡନୀରେ ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୨ ଓ୍ବିକେଟ ହରାଇ ସଂଗ୍ରହ କରିଥିଲା ୧୭୯ ରନ । ଟିମ୍‌ ଇଣ୍ଡିଆ ପକ୍ଷରୁ ଓପନର କେଏଲ ରାହୁଲ ମାତ୍ର ୯ରନ କରି ଆଉଟ ହୋଇଥିଲେ । ରୋହିତ ୩୯ ବଲରୁ ୪ଚୌକା ଏବଂ ୩ଟି ଛକା ସହାୟତାରେ ୫୩ ରନ କରି ଆଉଟ ହୋଇଥିଲେ । ରୋହିତଙ୍କ ଓ୍ବିକେଟ ପରେ କ୍ରିଜ୍‌ରେ ଜମି ରହିଥିଲେ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ।

କୋହଲି ୪୪ ବଲ ଖେଳି ୩ ଚୌକା ଏବଂ ୨ ଛକା ସହାୟତାରେ ୬୨ ରନ କରି ଅପରାଜିତ ଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୨୫ ବଲରୁ ୭ ଚୌକା ଏବଂ ୧ ଛକା ସହ ୫୧ ରନ କରିଥିଲେ । ସୂର୍ଯ୍ୟକୁମାର ଯାଦବ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପାଇଥିଲେ ।