ମେଟ୍ରୋ ଟିଭି ଓଡିଶା,୧୬/୧: ଗତକାଲି ସାରା ଦେଶରେ ପାଳନ ହେଉଥିଲା ଭାରତୀୟ ସେନା ଦିବସ । ଏହି ସମୟରେ ରାଜସ୍ଥାନର ଜେସଲମେରରେ ୨୨୫ ଫୁଟ ଲମ୍ବା ଏବଂ ୧୫୦ ଫୁଟ ଚଉଡ଼ାର ତ୍ରିରଙ୍ଗା ଉଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସବୁଠୁ ବଡ଼ କଥା ହେଉଛି ଏହା ଦେଶର ୩ୟ ବୃହତ୍ତମ ଖଦି ତ୍ରିରଙ୍ଗା । ଏହାର ଓଜନ ୧୪୦୦ କିଲୋ ଥିଲା । ଖଦି କ୍ୟାଟେଗୋରୀରେ ଏହା ସବୁଠୁ ବଡ଼ ତ୍ରିରଙ୍ଗା ।
ଏହାକୁ ଗ୍ରାମୋଦ୍ୟୋଗ ତିଆରି କରିଥିଲେ । ତ୍ରିରଙ୍ଗାକୁ ବ୍ୟାଟେଲ ଏକ୍ସ ଡିଭିଜନ ର ଜିଓସି ମେଜର ଜେନେରାଲ ଯୋଗେନ୍ଦ୍ର ସିଂ ଡିସପ୍ଲେ କରିଥିଲେ ।ଏହାକୁ ତିଆରି କରିବା ପାଇଁ ମୋଟ ୭୦ କାରିଗର ନିୟୋଜିତ ହୋଇଥିଲେ । ଏମାନଙ୍କୁ ମୋଟ ୪୯ ଦିନ ସମୟ ଲାଗିଥିଲା । ଏହାକୁ ଭାରତ – ପାକିସ୍ତାନ ବର୍ଡର ମଝିରେ ଉଡ଼ାଯାଇଥିଲା । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଏଥିରେ ଅଶୋକ ଚକ୍ରର ବ୍ୟାସ ୩୦ ଫୁଟ ଚଉଡ଼ା ରହିଛି ।