ବାଲିଅନ୍ତା ହାଟରୁ ୨୦୦ରୁ ଅଧିକ କର୍ମୀଙ୍କୁ ରାତି ଅଧିଆ ଉଠାଇ ନେଲା ପୁଲିସ
ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଥିବା ନବ ନିର୍ମାଣ କୃଷକ ସଂଗଠନର କର୍ମୀଙ୍କ ରଣହୁଙ୍କାର ଦେଖି ଛାନିଆ ହେଲା ପୁଲିସ୍। ଗତକାଲି ପୁଲିସ୍ ସେମାନଙ୍କୁ ରାଜଧାନୀରେ ପଶିବାକୁ ଦେଇ ନ ଥିବା ବେଳେ ରାତାରାତି ବହୁ ନେତାଙ୍କୁ ବାଲିଅନ୍ତାରୁ ଉଠାଇ ନେଇଛି। ସେମାନଙ୍କ ମଧ୍ୟରେ ଚାଷୀ ନେତା ଅକ୍ଷୟ କୁମାର, ଶେଷଦେବ ନନ୍ଦଙ୍କ ସମତେ ଅନ୍ୟ ବହୁ ତୁଙ୍ଗ ନେତା ଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଗତ ୧୪ ତାରିଖରୁ ପଦଯାତ୍ରା ଶୋଭାଯାତ୍ରାରେ ଆସି ଚାଷୀ ସଂଗଠନର ସଦସ୍ୟମାନେ ଗତକାଲି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ପହଞ୍ଚିଥିଲେ । ସେମାନେ ଆଜି ରାଜଧାନୀରେ ବିକ୍ଷୋଭ କରିବାର କାର୍ଯ୍ୟକ୍ରମ ଥିଲା । ମାତ୍ର ରାଜଧାନୀକୁ ପ୍ରବେଶ ପୂର୍ବରୁ ପୁଲିସ ସେମାନଙ୍କୁ ସେହିଠାରେ ଅଟକାଇ ରଖିଥିଲା ।