ପୁରୀରେ ହଇରାଣ ହେଉଛନ୍ତି ହବିଷ୍ୟାଳି

ପୁରୀରେ ହଇରାଣ ହେଉଛନ୍ତି ହବିଷ୍ୟାଳି । ୧୧୦୦ ହବିଷ୍ୟାଳି ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି । ବୃନ୍ଦାବତୀ ନିବାସ ପରିସର ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ସେମାନଙ୍କୁ ଚିକିତ୍ସା କରାଯାଇଛି । ୨୨ ଜଣ ହବିଷ୍ୟାଳିଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏପରିକି ୧୦ ଜଣ ହବିଷ୍ୟାଳି ବୃନ୍ଦାବତୀ ନିବାସ ଛାଡି ସାରିଲେଣି । ଏମାନଙ୍କ ଶିବିର ଛାଡିବାର କାରଣ ସ୍ୱାସ୍ଥ୍ୟଗତ ସମସ୍ୟା ବୋଲି ଦର୍ଶାଯାଇଛି ।ଶିବିର ଛାଡିଥିବା ହବିଷ୍ୟାଳି ନୟାଗଡ଼ ଓ ପୁରୀ ଜିଲ୍ଲାର । ପୁରୀର ୫ଟି ଶିବିରରେ ପ୍ରାୟ ୩ ହଜାର ହବିଷ୍ୟାଳି ରହି ବ୍ରତ ପାଳନ କରୁଛନ୍ତି । ଏମାନଙ୍କ ମଧ୍ୟରୁ ବୃନ୍ଦାବତୀ ନିବାସରେ ୧୬୦୦ରୁ ଅଧିକ ବ୍ରତଧାରିଣୀ ରହିଛନ୍ତି । ହବିଷ୍ୟାଳିଙ୍କ ବୟସ ଅଧିକ ଓ ଖାଇବାର ସମସ୍ୟା କାରଣରୁ ଏପରି ହେଉଛନ୍ତି ଡାକ୍ତର ସୂଚନା ଦେଇଛନ୍ତି । ସେହିପରି ଲୋକାର୍ପଣ ହୋଇଥିବା ବୃନ୍ଦାବତୀ ଭବନରେ ଲିଫ୍ଟ ଠିକ୍ ଭାବେ କାମ କରୁନଥିବାରୁ ହବିଷ୍ୟାଳିମାନେ ସାତ ମହଲା କୋଠାକୁ ସିଡି ଓ ସିମେଂଟ ରାମ୍ପରେ ଚଢି ଯିବାକୁ ବାଧ୍ୟ ହେଉଛନ୍ତି । ଦୁଇ ଦିନ ତଳେ ଲିଫ୍ଟରେ ଫସିଯାଇଥିଲେ ୧୨ ଜଣ ହବିଷ୍ୟାଳି ।