ଡେଙ୍ଗୁ ହଟସ୍ପଟ ପାଲଟିଛି ରାଜଧାନୀ

ଚିନ୍ତା ବଢ଼ାଉଛି ଡେଙ୍ଗୁ । ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ ଥିବା ବେଳେ ରାଜଧାନୀ ହଟସ୍ପଟ ପାଲଟିଛି । ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଳା ପ୍ରଶାସନକୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଦେଇଛି । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଚଳିତବର୍ଷ ଅକ୍ଟୋବର ୧୦ତାରିଖ ସୁଦ୍ଧା ଜିଲ୍ଲାରେ ୨୪୦୧ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି ।ଗତବର୍ଷ ୩୨୧୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯେଉଁଭଳି ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି, ଗତବର୍ଷ ସଂଖ୍ୟାକୁ ମଧ୍ୟ ଟପି ଯାଇପାରେ। ତେବେ ଜିଲ୍ଲାରେ ସରକାରୀଭାବେ କାହାର ମୃତ୍ୟୁ ହୋଇନାହିଁ । ଏଭଳି ପରିସ୍ଥିତିରେ ସବୁ ସ୍ବାସ୍ଥ୍ୟାନୁଷ୍ଠାନଗୁଡ଼ିକ ସତର୍କ ରହିବା ଲାଗି କୁହାଯାଇଛି ।