ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼

ରାତି ପାହିଲେ ପୁରୀରେ ହବିଷ ବ୍ରତ ପାଳନ କରିବେ ବ୍ରତଧାରୀ । ଏଥିପାଇଁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼ ଦେଖିବାକୁ ମିଳିଛି । ସମସ୍ତ ମଠ ବାଡ଼ି ଠାରୁ ଆରମ୍ଭ କରି ସରକାରଙ୍କ ହବିଷ୍ୟାଳି ଶିବିରରେ ଏବେ ବ୍ରତଧାରୀଙ୍କ ଭିଡ଼ ଲାଗିଛି ।ଦୀର୍ଘ ୨ ବର୍ଷ କରୋନା କଟକଣା ପାଇଁ ହବିଷ୍ୟାଳି ଶିବିର ବନ୍ଦ ରହିଥିବା ବେଳେ ଚଳିତ ବର୍ଷ କିନ୍ତୁ ପୁରୀ ହବିଷ୍ୟାଳିଙ୍କ ପାଇଁ ୫ଟି ଶିବିର ଖୋଲାଯାଇଛି । ହବିଷ୍ୟାଳିମାନଙ୍କ ରହଣି ପାଇଁ ସ୍ଥିର ହୋଇଥିବା ଜାଗାଗୁଡ଼ିକ ହେଲା, ବୃନ୍ଦାବତୀ ନିବାସ, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବଗଲା ଧର୍ମଶାଳା, ବାଗେଡିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପ । ସେପଟେ ନିଜସ୍ୱ ବ୍ୟବସ୍ଥାରେ ମଧ୍ୟ ହବିଷ୍ୟାଳି ପୁରୀରେ ରହି ବ୍ରତ ପାଳନ କରିବେ ।