ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
ପବିତ୍ର ବିଜୟା ଦଶମୀ ଅବସରରେ ଶ୍ରୀମନ୍ଦିରରେ ପାଳିତ ହେବ ମହାପ୍ରଭୁଙ୍କ ସୁନାବେଶ । ରାଜରାଜେଶ୍ୱର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ବିଜୟା ଦଶମୀରେ ମହାପ୍ରଭୁ ଶ୍ରୀରାମ ରାବଣକୁ ବଦ୍ଧ କରି ଧରାପୃଷ୍ଠରେ ଅସତ୍ୟ ଉପରେ ସତ୍ୟର ବିଜୟ କରିଥିଲେ । ଏଣୁ ସେହି ସ୍ମୃତିରେ ଆଜି ଶ୍ରୀମନ୍ଦିରରେ ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ହୋଇ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ ।ସୁନାବେଶରେ ଶ୍ରୀଜିିଉ ମହଣ ମହଣ ସୁନା ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି । ଆଉ ଏହି ବେଶରେ କିରିଟି, ଚୂଳ, ଚନ୍ଦ୍ରିକା, ଆଡକାନି, ଚନ୍ଦ୍ରସୂର୍ଯ୍ୟ, ଶ୍ରୀଭୂଜ, ଶ୍ରୀପୟର, ଘାଗଡା ମାଳି ଆଦି ସ୍ୱର୍ଣ୍ଣ ଅଳଙ୍କାରରେ ସଜେଇ ହେବେ ମହାବାହୁ । କାଳିଆ ଠାକୁରଙ୍କ ୫ଟି ସୁନାବେଶ ମଧ୍ୟରୁ ଶ୍ରୀମନ୍ଦିର ଭିତରେ ୪ଟି ଓ ରଥ ଉପରେ ଗୋଟିଏ ସୁନା ବେଶ ହୋଇଥାଏ । ହେଲେ ବିଜୟା ଦଶମୀରେ ମହାପ୍ରଭୁଙ୍କର ସୁନାବେଶ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ଲୋକ ବିଶ୍ୱାସ ରହିଛି ।