ହାଇଦ୍ରାବାଦରେ ହେବ ନିବେଶକ ସମ୍ମିଳନୀ

ହାଇଦ୍ରାବାଦରେ ହେବ ନିବେଶକ ସମ୍ମିଳନୀ । ଆସନ୍ତା ୧୭ ତାରିଖରେ ହେବାକୁ ଥିବା ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ବୋଲି ଜଣାପଡ଼ିଛି । ହାଇଦ୍ରାବାଦରେ ବିଭିନ୍ନ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ଆଲୋଚନା କରିପାରନ୍ତି ।

ନଭେମ୍ବର ୩୦ରୁ ନଭେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ୱରରେ ମେକ୍‌  ଇନ୍‌ ଓଡ଼ିଶା କନକ୍ଲେଭ-୩ ଅନୁଷ୍ଠିତ ହେବ । ଏଥିପାଇଁ ବିଭିନ୍ନ ରାଜ୍ୟ ଓ ଦେଶ ବାହାରୁ ଶିଳ୍ପପତିମାନଙ୍କୁ ଓଡ଼ିଶା ସରକାର ଆମନ୍ତ୍ରଣ କରୁଛନ୍ତି । ଏହା ପୂର୍ବରୁ ଦୁବାଇ, ଅହମ୍ମଦାବାଦ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନିବେଶକ ସମ୍ମିଳନୀ ଆୟୋଜନ କରାଯାଇଛି ।