ମା’ଙ୍କ ପୂଜାଚ୍ଚର୍ନା ଆରମ୍ଭ
ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା । ସେଥିପାଇଁ ଚଳଚଞ୍ଚଳ ହୋଇପଡିଛି ପୁରା ରାଜ୍ୟ । ଦୁଇ ବର୍ଷ ପରେ ବିନା କରୋନା କଟକଣାରେ ପୂଜାର ଆୟୋଜନ କରାଯାଇଥିବାରୁ ସବୁଠି ଦେଖିବାକୁ ମିଳିଛି ଭିଡ । ମା’ଙ୍କ ମହାସପ୍ତମୀ ପୂଜା ଚାଲିଛି । ପରମ୍ପରା ଅନୁଯାୟୀ ଆଜି ଭୋରୁ ମା’ଙ୍କୁ ଚକ୍ଷୁ ଦାନ କରାଯିବା ପରେ ମହାସପ୍ତମୀ ପୂଜାର୍ଚ୍ଚନା ଆରମ୍ଭ ହୋଇଛି ।
ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ପୂଜା ଏଥର ଧୁମଧାମରେ ପାଳନ କରାଯାଉଛି । ପୂଜା ମଣ୍ଡପ ପାଖକୁ ଯାଇ ଶ୍ରଦ୍ଧାଳୁମାନେ ମାଙ୍କୁ ଦର୍ଶନ କରୁଛନ୍ତି । ଭୋଗ ଲଗାଉଛନ୍ତି ।
ସହରର ଅଧିକାଂଶ ସ୍ଥାନ ବିଶେଷକରି ରାସ୍ତାଘାଟ ରଙ୍ଗବେରଙ୍ଗର ଆଲୋକରେ ସଜା ହୋଇଥିବା ଦେଖିବାକୁ ମିିଳିଛି । ଭୁବନେଶ୍ୱରରେ ରସୁଲଗଡ଼, ସହୀଦନଗର, ବୋମିଖାଲ, ନୟାପଲ୍ଲୀ, ଝାରପଡ଼ା, ବରମୁଣ୍ଡା ଆଦି ସ୍ଥାନରେ ବଡ ବଡ ତୋରଣ ଲାଗିଥିବା ଦେଖିବାକୁ ମିଳିଛି । ସେହିପରି କଟକ ସହର ପୁରା ଆଲୋକମୟ ହୋଇପଡିଛି ।