ପାକିସ୍ତାନକୁ ହରାଇଲା ଇଂଲଣ୍ଡ: ୩୦୦୦ ରନ୍‌ ଟପିଲେ ବାବର

ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବ ୭ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ରେ ପାକିସ୍ତାନକୁ ହରାଇବାରୁ ଏବେ ୩-୩ ସ୍ଥିତିରେ ପହଞ୍ଚିଯାଇଛି। ଗତକାଲି ଇଂଲଣ୍ଡ ୮ ୱିକେଟ୍‌ରେ ଜିତିବା ପରେ ରବିବାର ଖେଳାଯିବାକୁ ଥିବା ସପ୍ତମ ତଥା ଶେଷ ମ୍ୟାଚ୍‌ ଶୃଙ୍ଖଳା ନିର୍ଣ୍ଣାୟକ ହୋଇଯାଇଛି। ବାବାର ଆଜମ ଏବେ ଦ୍ରୁତତମ 3000 ରନ କରି କୋହଲିଙ୍କ ସମକକ୍ଷ ହୋଇଛନ୍ତି । ଅଧିନାୟକ ବାବର ଆଜମ (୮୭ ରନ୍‌, ୫୯ ବଲ୍‌, ୭ ଚୌକା, ୩ ଛକା)ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଘରୋଇ ଦଳ ୬ ୱିକେଟ୍‌ ବିନିମୟରେ ୧୬୯ ରନ୍‌ କରିଥିଲା। ଜବାବରେ ଫିଲ୍‌ ସଲ୍ଟ (୮୮, ୪୧ ବଲ୍‌, ୧୩ ଚୌକା, ୩ ଛକା)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ୧୪.୩ ଓଭରରେ ୨ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଦାୱିଦ ମଲାନ ୨୬ ଓ ବେନ୍‌ ଡକେଟ୍‌ ୨୬* ରନ୍‌ ଉପଯୋଗୀ ପାଳି ଖେଳିଥିଲେ। ସଲ୍ଟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।