ଆଜିଠୁ ୩ଦିନିଆ ରିମାଣ୍ଡରେ ଗୟାର ଔଷଧ ବେପାରୀ

ନକଲି ମେଡିସିନ୍‌ କାରବାର ଅଭିଯୋଗରେ ଗୟାରୁ ଗିରଫ ହୋଇଥିବା ଶାସ୍ତ୍ରୀନଗର ଜେଲ୍‌ ପ୍ରେସ୍‌ କଲୋନୀ ଅଞ୍ଚଳର ଆଲୋକ ମିଶ୍ରା ଓ ରାଞ୍ଚି ଚୁଟିଆ ଅଞ୍ଚଳର ହରିଶ କୁମାରକୁ ପୁଲିସ୍‌ ଆଜି କଟକ ସଦର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଇଛି । ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଅଧିକ ଜେରା କରି ଆବଶ୍ୟକ ତଥ୍ୟ ପ୍ରମାଣ ସଂଗ୍ରହ ପାଇଁ ୫ ଦିନିଆ ରିମାଣ୍ଡ୍‌ରେ ନେବା ପାଇଁ ପୁଲିସ ଆବେଦନ କରିଥିଲା । ତେବେ କୋର୍ଟ ୩ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିବା ସୂଚନା ମିଳିଛି ।

ଅଭିଯୁକ୍ତ ଦ୍ୱୟ ମଙ୍ଗଳବାରଠୁ ୩ ଦିନ ପାଇଁ ରିମାଣ୍ଡରେ ଯିବେ ବୋଲି ପୁରୀଘାଟ ଥାନା ଆଇଆଇସି ଯତୀନ୍ଦ୍ର ସେଠୀ କହିଛନ୍ତି । ଏହି ତିନିଦିନିଆ ରିମାଣ୍ଡରେ ପୁଲିସ୍‌ ଗୟାର ଦୁଇ ନକଲି ମେଡିସିନ୍‌ ବ୍ୟବସାୟୀଙ୍କଠାରୁ ଅନେକ ତଥ୍ୟ ସଂଗ୍ରହ କରିବ ବୋଲି ଜଣେ ଅଧିକାରୀ କହିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ନକଲି ମେଡିସିନ୍‌ କେଉଁଠାରେ ପ୍ରସ୍ତୁତ ହେଉଥିଲା ଏବଂ ଏହି କାରବାରର ମୁଖ୍ୟ କିଏ ତାହା ଏଯାବତ୍‌ ପୁଲିସ ଜାଣିପାରିନାହିଁ ।