ସଭାପତି ପଦ ବଜାୟ ରଖିଲେ ଅସିତ
ଲଗାତାର ଦ୍ବିତୀୟ ଥର ପାଇଁ ଭୁବନେଶ୍ବର କ୍ଲବ୍ ସଭାପତି ପଦ ଅକ୍ତିଆର କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ। ଗତକାଲି ହୋଇଥିବା କ୍ଲବ୍ ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି। ଶ୍ରୀ ତ୍ରିପାଠୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ପୂର୍ବତନ ଉନ୍ନୟନ କମିସନର ସତ୍ୟପ୍ରକାଶ ନନ୍ଦଙ୍କୁ ୬୬୯ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ଶ୍ରୀ ତ୍ରିପାଠୀ ୮୫୮ ଭୋଟ୍(୮୧.୫୫%) ପାଇଥିବା ବେଳେ ଶ୍ରୀ ନନ୍ଦ ୧୮୯ ଖଣ୍ଡ ଭୋଟ୍ ପାଇଛନ୍ତି।
ସେହିଭଳି ସମ୍ପାଦକ ଭାବରେ ଦିଲୀପ ରାଉତରାୟ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ମାନସ ଦାସଙ୍କୁ ୩୯୯ ଭୋଟ୍ରେ ପରାସ୍ତ କରିଥିବା ବେଳେ ମହେନ୍ଦ୍ର କୁମାର ଗୁପ୍ତା ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ତପେଶ ରାୟଙ୍କୁ ୨୦୫ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରି ଉପସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ସେ ଦ୍ବିତୀୟ ଥର ପାଇଁ ଏହି ସୁଯୋଗ ପାଇଛନ୍ତି। ଯୁଗ୍ମ ସମ୍ପାଦକ ଭାବରେ ଅଶୋକ ମିଶ୍ର ବିଜୟ ଲାଭ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଜ୍ୟୋତିର୍ମୟ ମହାନ୍ତିଙ୍କୁ ୪୭୬ ଭୋଟ୍ ବ୍ୟବଧାନରେ ପରାସ୍ତ ଦ୍ବିତୀୟ ଥର ପାଇଁ ଏହି ପଦବିରେ ଅଧିଷ୍ଠିତ ହେବାର ଗୌରବ ଲାଭ କରିଛନ୍ତି।