ମାଲକାନଗିରି ସୀମା ଉପରେ ଏବେ ଛତିଶଗଡର ନଜର!
ଆନ୍ଧ୍ର ପରେ ଏବେ ଛତିଶଗଡ଼ ଓଡ଼ିଶାରେ ଆଖି ପକାଇଛି । ମାଲକାନଗିରି ସୀମାର ଅଂଚଳ ଉପରେ ନଜର ପକାଇଛି ଛତିଶଗଡ଼ । ସୀମା ଚିହ୍ନଟ ଆଳରେ ୭ଏକର ଜଙ୍ଗଲ କାଟି ସଫା କରିଦେଇଥିବା ଘଟଣାକୁ ନେଇ ଅଭିଯୋଗ କରିବା ପରେ ନିଜ ଭୁଲ ସ୍ୱିକାର କରିଛି ଛତିଶଗଡ । ମାଲକାନଗିରି ମାଥିଲି ବ୍ଲକ ସୀମାନ୍ତ ଅଂଚଳରେ ୭ କିଲୋମିଟର ପରଧି ମଧ୍ୟରେ ସୀମା ଚିହ୍ନଟ ଆଳରେ ଜଙ୍ଗଲ ସଫା କରିଦେଇଥିଲା ଛତିଶଗଡ । ଏହାକୁ ନେଇ ପ୍ରଥମେ ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ । ପରେ ଉଭୟ ରାଜ୍ୟର ଅଧିକାରୀ ଏକାଠି ହୋଇ ଆଲୋଚନା କରିଥିଲେ । ଓଡ଼ିଶା ଭିତରେ ପଶିଥିବା ନିଜ ଦୋଷକୁ ସ୍ୱିକାର କରିଛି ଛତିଶଗଡ ।
ସୀମା ଚିହ୍ନଟ ଆଳରେ ଓଡିଶା ଜଙ୍ଗଲକୁ ଲୋପ କରି ମାଡିବସୁଛି ଛତିଶଗଡ଼ । କୋଟିଆ ଭଳି ମାଲକାନଗିରି ଜିଲ୍ଲାର ସୀମାନ୍ତବର୍ତୀ ଅଂଚଳରେ ଓଡିଶା ଓ ଛତିଶଗଡକୁ ନେଇ ଏବେ ନୂଆ ବିବାଦ ସୃଷ୍ଟି ହୋଇଛି ।