ସମବାୟ ନୀତିରେ ଆସିବ ସଂସ୍କାର
ନୂଆ ଦିଲ୍ଲୀ: ଦେଶରେ ସମବାୟ ନୀତିରେ ଆସିବ ସଂସ୍କାର । ନୂଆ ଜାତୀୟ ସମବାୟ ନୀତି ପ୍ରସ୍ତୁତ ହେବା ପୂର୍ବରୁ ଡ୍ରାଫ୍ଟ୍ ପ୍ରସ୍ତୁତ ହେବ । ଏହାକୁ ପ୍ରସ୍ତୁତ କରିବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଅଧ୍ୟକ୍ଷତାରେ କମିଟି ଗଢ଼ାଯାଇଛି । କମିଟି ୩ ମାସ ମଧ୍ୟରେ ଚୂଡାନ୍ତ ଡ୍ରାଫ୍ଟ ଦାଖଲ କରିବ । ନୂଆ ଜାତୀୟ ସମବାୟ ନୀତି ଡ୍ରାଫ୍ଟ୍ କମିଟିରେ ପରିବର୍ତ୍ତନ ପାଇଁ ସବୁ ରାଜ୍ୟର ପ୍ରସ୍ତାବ ମଗାଯାଇଛି । ଏନେଇ ଆସନ୍ତା ୨୪ ତାରିଖରେ ବୈଠକ ହେବ । ଅନେକ ରାଜ୍ୟରେ ସମବାୟ ସଂସ୍ଥା କ୍ଷତିରେ ଚାଲୁଥିବାରୁ ଏହାକୁ କିପରି ପୁଣି ଲାଭକୁ ଅଣାଯାଇପାରିବ ସେ ନେଇ ଏଥିରେ ଆଲୋଚନା ହେବ ।
ବୈଠକରେ ମତ୍ସ୍ୟ, ହସ୍ତତନ୍ତ, ହସ୍ତଶିଳ୍ପ, ପ୍ରାଣୀ ସମ୍ପଦ, ବୟନ ଶିଳ୍ପ ଓ ଶିଳ୍ପ ନିର୍ଦ୍ଦେଶକ ତଥା ଓମ୍ଫେଡର ମହାପ୍ରବନ୍ଧକ କିମ୍ବା ତାଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଯୋଗଦେବେ । ବୈଠକରେ ନୂଆ ଜାତୀୟ ସମବାୟ ନୀତିରେ କ’ଣ ସ୍ଥାନ ପାଇବା ଉଚିତ ବୋଲି ମତ ଓ ପ୍ରସ୍ତାବ ଦେବେ ବୋଲି ଓଡ଼ିଶା ସମବାୟ ସମିତି ସମୂହର ଯୁଗ୍ମ ରେଜିଷ୍ଟ୍ରାର୍ ସୂଚନା ଦେଇଛନ୍ତି ।