ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ଆମେରିକା, ଫ୍ରାନସ୍
ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ମୋଦି ସମରକନ୍ଦରେ ୟୁକ୍ରେନ ଋଷ ଯୁଦ୍ଧକୁ ନେଇ ପୁଟିନଙ୍କୁ ଯେଉଁ ପରାମର୍ଶ ଦେଇଥିଲେ ତାହାକୁ ଫ୍ରାନସ ଏବଂ ଆମେରିକା ପକ୍ଷରୁ ସ୍ବାଗତ କରାଯାଇଛି । ଏବେ ଯୁଦ୍ଧର ବେଳ ନୁହେଁ ବୋଲି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ । ଏହାକୁ ନେଇ ଜାତିସଂଘର ସାଧରଣ ପରିଷଦ୍ର ୭୭ତମ ଅଧିବେଶନରେଫ୍ରାନ୍ସ୍ର ରାଷ୍ଟ୍ରପତି ଇମ୍ମାନୁଏଲ୍ ମାକ୍ରୋନ୍ କହିଛନ୍ତି ବେଶ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଭାରତ ଯାହା କହିଛି ତାହା ଠିକ୍ । ଆମେ ଭାରତକୁ ପ୍ରଶଂସା କରୁଛୁ ।
ଉଜ୍ବେକିସ୍ତାନର ସମରକନ୍ଦ ନଗରୀରେ ସେପ୍ଟେମ୍ବର ୧୬ ତାରିଖରେ ଅନୁଷ୍ଠିତ ‘ସାଙ୍ଘାଇ ସହଯୋଗ ସଙ୍ଗଠନ’ର ଶିଖର ସମ୍ମିଳନୀ ଅବସରରେ ମୋଦି ପୁଟିନ୍ଙ୍କୁ ଭେଟିଥିଲେ। ସେଠାରେ ମୋଦୀ ତାଙ୍କୁ କହିଥିଲେ ଆଜି ବିଶ୍ବରେ ଅନେକ ସମସ୍ୟା ଅଛି ତାହାର ପ୍ରଥମେ ସମାଧାନ ଆବଶ୍ୟକ । ଖାଦ୍ୟ ସମସ୍ୟା ଅତି ଗୁରୁତର ରହିଛି, ତୈଳ ସମସ୍ୟା ଅଛି , କୃଷକଙ୍କ ପାଇଁ ସାର ମଧ୍ୟ ସମସ୍ୟା ହୋଇ ରହିଛି । ତେଣୁ ଏଭଳି ସମୟରେ ଯୁଦ୍ଧ ଜରୁରୀ ନୁହେଁ ବୋଲି କହିଥିଲେ ମୋଦି । ଏହାକୁ ନେଇ ଆମେରିକା ମଧ୍ୟ ପ୍ରଶଂସା କରିଛି । ଜାତିସଂଘରେ ଆମେରିକା ଏବଂ ଫ୍ରାନସ ଭାରତକୁ ପ୍ରଶଂସା କରିବା ବଡ଼ କଥା ।