ସ୍ୱତନ୍ତ୍ର ବିମାନରେ ଭାରତ ଆସିଲେ ଚିତା, କୁନୋରେ ଛାଡିଲେ ମୋଦି

ଭାରତକୁ ଆସିଲେ ୮ଟି ଚିତା ବାଘ । ନାମିବ୍ୟାରୁ ସ୍ୱତନ୍ତ୍ର ବିମାନରେ ଆସି ଗୁଆଲିୟରରେ ପହଁଚିବା ପରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ କୁନୋ ଜଂଗଲରେ ଛାଡିଛନ୍ତି ।

ପ୍ରଥମେ ସେମାନଙ୍କୁ ଚିନୁକ ହେଲିକପ୍ଟର ସହାୟତାରେ ମଧ୍ୟପ୍ରଦେଶର କୁନୋ ପାଲପୁର ଅଭୟାରଣ୍ୟରେ ନିଆଯାଇଥିଲା । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ୍ତାର ବଟମ ଘୁରାଇ, ଚିତା ଗୁଡିକୁ ସ୍ୱତନ୍ତ୍ର ଖୁଆଡକୁ ଛାଡିଥିଲେ ।

ମୋଦୀଙ୍କ ପାଇଁ ଅଭୟାରଣ୍ୟରେ ଏକ ମଞ୍ଚର ବ୍ୟବସ୍ଥା କରାଯାଇଥିଲା । ମଞ୍ଚ ଉପରେ ରହି ପ୍ରଧାନମନ୍ତ୍ରୀ ଜନ୍ତା ଗୁଡିକର ଗେଟ୍ ଖୋଲିଥିଲେ ।ନାମିବ୍ୟାରୁ ଆସୁଥିବା ୮ଟି ଚିତା ମଧ୍ୟରେ ଅଛନ୍ତି ୩ଟି ବାଘ ଓ ୫ଟି ବାଘୁଣୀ । ଛାଡିବା ପରେ ମୋଦି କହିଥିଲେ ଆମେ ଏସବୁ ଚିତାଙ୍କୁ ଏଠାରେ ଘର ଦେଇଛି । ଏ ଜଂଗଲ ହେଉଛି ତାଙ୍କର ଘର । ଆମେ ତାଙ୍କୁ ସୁରକ୍ଷା ଦେବୁ । ଏବେ ଚୀତାବାଘ ବଢ଼ିବା ପାଇଁ ଭାରତ ସମସ୍ତ ଦାୟିତ୍ବ ନେବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।