ସମରକନ୍ଦରେ ପହଞ୍ଚିଲେ ମୋଦୀ
ଉଜବେକିସ୍ତାନର ରାଜଧାନୀ ସମରକନ୍ଦରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀରେ ଯୋଗ ଦେବାକୁ ସେ ସେଠାକୁ ଯାଇଛନ୍ତି ।
ତେବେ ସେଠାରେ ମୋଦି ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିବେ କି ନାହିଁ ତାହା ଉପରେ ସାରା ବିଶ୍ବର ନଜର ରହିଛି । କାରଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ପୁଟିନ ଏବେ ଏକଘରିକିଆ ହୋଇଯାଇଛନ୍ତି । ପାଶ୍ଚାତ୍ୟ ଦେଶମାନେ ରୁଷ ଉପରେ କଟକଣା ଲଗାଇଛନ୍ତି । ଏହା ସତ୍ତ୍ବେ ଭାରତ ସରକାର ରୁଷ ସହିତ ନିଜର ପୁରୁଣା ସମ୍ପର୍କକୁ ବଜାୟ ରଖିଛନ୍ତି ।